ପ୍ରତୀକ୍ଷା
ପ୍ରତୀକ୍ଷା
ପ୍ରତୀକ୍ଷା ଗୋ !
କି ବୋଲି ଡାକିବି ?
ପ୍ରତୀକ୍ଷା କି ଅଭିପ୍ସା ,
ଅଭିପ୍ସା ନା ଆତ୍ମୋସର୍ଗ !
ଅତ୍ମୋସର୍ଗ କି ଆହୁତି ,
ଆହୁତି ଅବା ଆତ୍ମାହୁତି !
ତୁମେ ତ ସର୍ବନାମ,
ସର୍ବଗୁଣର ସମାହାର !
କି ବୋଲି ଡାକିବି ....
ଆକାଶ ନା ସାଗର,
ସାଗର କି ଝରଣା,
ଝରଣା କି ଜହ୍ନ,
ଜହ୍ନ ଅବା ଜୋଛନା,
ଜୋଛନା କି ବସୁଧା,
ବସୁଧା ନା ବସୁମତୀ ! ! !
ତୁମେ ତ ସବୁ ନାମରେ ଯଥାର୍ଥ ।
ସକାଳର ସୂର୍ଯ୍ୟମୁଖୀ,
ସଞ୍ଜର ତୁଳସୀ ।
ଫଗୁଣର ଋତୁମତୀ,
ଋତୁରାଜ ବସନ୍ତ ମାନସୀ !
ତୁମ ହସ ଧାରେ ଧାରେ
ଲକ୍ଷ ଲକ୍ଷ ଫୁଲର ସୁବାସ ।
ତୁମ ଓଠ ପଦିଏ କଥାରେ
ଲିଭିଯାଏ ଦରଦୀ ବତାସ ।
ଆଖି ତୁମ କୁହେ କଥା,
ଲୁହ ସବୁ ଚାପି ଦେଇ
ତା'ର ନିଭୃତ କୋଣରେ ।
ଦରଦ ବି ହାର ମାନିଯାଏ
ତୁମ ହୃଦୟର ସହିବା ପଣରେ ।
ମନ ଟି ତୁମର
ଆକାଶର ବିଶାଳତା ଆଉ
ସାଗରର ନିଳିମାରେ ଭରା ।
ଜାହ୍ନବୀ ଗୋ !
ଜନ୍ମ ଜନ୍ମ ମନାସିବି
ବନ୍ଧୁ ରୂପେ ପାଇବାକୁ
ତୁମରି ସାନ୍ନିଧ୍ୟ ।
ତେଣୁ,ଦେଲି ତୁମ ନାମ
ପ୍ରତୀକ୍ଷା ,ପ୍ରତୀକ୍ଷା,ଆଉ
ପ୍ରୀତି ଆଉ ପୁଲକର,
ପ୍ରାଣର ପ୍ରତୀକ୍ଷା ! ! !