Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Srinibas Mahalik

Tragedy Others

5.0  

Srinibas Mahalik

Tragedy Others

ଉତ୍ପତ୍ତି

ଉତ୍ପତ୍ତି

1 min
146



ଭାସ୍କରାଚାର୍ଯ୍ୟ ଗ୍ରାଭିଟିର ଫାଷ୍ଟ

କରିଥିଲେ ପରିଚୟ

ହେଲେ ଆଇଜାକ୍ ନିଉଟନ୍ ତା'ର

ନେଇଗଲେ ସବୁ ଶ୍ରେୟ ।।

ସୂର୍ଯ୍ୟ ପୃଥିବୀର ଘୂର୍ଣ୍ଣନ ପକ୍ରିୟା

ଲେଖିଥିଲେ ଆର୍ଯ୍ୟଭଟ୍ଟ

ସମସ୍ତେ ଜାଣନ୍ତି ନିକୋଲସ୍ ସେହି

ତଥ୍ୟ କରିଥିଲେ ସ୍ପଷ୍ଟ ।।

ଆଚାର୍ଯ୍ୟ କଣାଦ ଦେଇଥିଲେ ଫାଷ୍ଟ

ତଥ୍ୟ ଅଣୁ-ପରମାଣୁ

କିନ୍ତୁ ଆଟମିକ୍ ତଥ୍ୟର ଜନକ

ଡାଲଟନ୍ ଆମେ ଜାଣୁ ।।

ସମସ୍ତ ତଥ୍ୟର ଉତ୍ପତ୍ତି ପ୍ରଥମେ

କରିଥିଲେ ଭାରତୀୟ

ଦୁଃଖ ଏତିକି ଯେ ସେମାନଙ୍କୁ ଏଠି

ଜାଣନ୍ତିନି କେହି ପ୍ରାୟ ।।



Rate this content
Log in