Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2  

Binaya Bhusan Panigrahi

Others

ଅଥଚ

ଅଥଚ

1 min
161



ଫୁଲରେ ଭରା ଏ ସହର

ହେଲେ,ରଙ୍ଗ କାହିଁ ରତିଏ ତ ନାହିଁ !

ବାସ୍ନା ବି ଭାରି ମହରଗ !!

ଅସ୍ଥିର ପବନ ଏଠି ବହେ ଅବିରତ

ମଣିଷ ଦେହର ଗନ୍ଧରେ

ରୀତିମତ ଗାଧୋଇ ଗାଧୋଇ,

ଅଥଚ,

ମଣିଷ ପଣିଆର ବାସ୍ନା

ଜମାରୁ ତ ବାରି ହୁଏନାହିଁ !!

ଇଏ ପୁଣି କେମିତି ସଂଯୋଗ ??


ସକାଳର କଅଁଳ ଖରାରେ

ପୋଡିଯାଏ ଖଟିଖିଆ ପିଠି,

ଅଥଚ,ଗ୍ରୀଷ୍ମର ନିଦାଘ ମଧ୍ୟାହ୍ନେ

ଠକ ଠକ ଥରୁଥାଏ

ତାରକା ହୋଟେଲର କୋଠୀ !!


ଅଦ୍ଭୁତ ସହର ଇଏ !

ଶୀତ ଖୋଜେ

ଲଂଗଳା-ଫୁଙ୍ଗୁଳା ଦେହ

ଉଷୁମ ହେବାକୁ ନିଜେ।

ଅଥଚ,

କାନ୍ଥର ଆରପଟେ

କେତେ ଦେହ କେମିତି କେଜାଣି

ସେଇବେଳେ ଭିଜନ୍ତି ଝାଳରେ !!


କିଛିଲୋକ ଆଉଟୁ ପାଉଟୁ ହୁଅନ୍ତି

ଭିଜିବାକୁ ବର୍ଷଣ ମୁଖର ରାତିରେ,

ଆଉ ଥୋକେ ଏକାଠି କରନ୍ତି

ବେଲାକଂସା,ହାଣ୍ଡି-ବେକା ଆଦି

ଗଣିଗଣି ଛପରର କଣା

ଶୁଖିଲା ଚଟାଣ ଟିକେ ଦର୍କାର ଯେହେତୁ

ପାରିବାକୁ ସପ ଓ ଗାମୁଛା

ବର୍ଷା ଟିକେ ଥମିଗଲା ପରେ।।


ମାଳମାଳ ରାସ୍ତାରେ ଛନ୍ଦା ଏ ସହର

ଚାଲିବାକୁ ଆୟୁଷ ନିଅଣ୍ଟ,

ଅଥଚ,

ପାଦଚଲା ବାଟ ଗୋଟେ ନାହିଁ

ଯୋଗାଡି ଆଣିବା ପାଈଁ

ପିଠିଢ଼ଙ୍କା କପଡାରୁ ହାତେ

ଦାନା ମୁଠେ ଭରିବାକୁ ପେଟ !!

====©====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୂର,ପୀରହାଟ ବଜାର

ଭଦ୍ରକ-୭୫୬୧୩୧

-----------------

ପ୍ଲଟ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର,ଭୂବନେଶ୍ୱର-୨୧

୯୯୩୭୫୪୮୪୩୧ ଓ ୯୩୪୩୮୬୭୦୧୨୦


Rate this content
Log in