Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamadhab Kar

Romance

2  

Nilamadhab Kar

Romance

ଅଙ୍ଗବସ୍ତ୍ର

ଅଙ୍ଗବସ୍ତ୍ର

1 min
7.0K


ବାହାରେ ବର୍ଷା

ରାତି ଅଧ ଅନ୍ଧାରରେ

ବିଜୁଳି, ଘଡଘଡି I

ଭିତରେ ମୁଁ  - ଏକାକୀ I

ମୋ ପତ୍ନୀଙ୍କୁ ଏ ଅଦିନିଆ

ମଝି ଅକ୍ଟୋବରର ବର୍ଷା

ପୁଲକ ଜଗାଏନା

ଭରିଦିଏନା ଉତ୍ତେଜନା I

ତାଙ୍କ ନିତିଦିନିଆ ସଂସାରରେ

ଯୁଝି ଯୁଝି, ଝାଳ ଛଡା ଆଉସବୁ

ତାଙ୍କପାଇଁ ଅଲଣା ଅସରା

ମୁଁ ବି I

କେମିତି ହେବିନି ଯେ I

ମୁଁ ବରଷାର ରାତିଟେ ଯାଚିଲା ବେଳେ

ତାଙ୍କ ମନ ଲାଗିଥାଏ

ନୂଆ ହଳେ କର୍ଣ୍ଣ ଦୁକୁଳରେ

ମୁଁ ତାଙ୍କୁ ହୃଦୟ ଯାଚିଲା ବେଳେ

ସେ ଅନେଇଥାନ୍ତି ମୋତେ

ଅଙ୍ଗବସ୍ତ୍ର ପରି

ବଦଳେଇ ଦେବାପାଇଁ ଯେମିତି

ମୁହୂର୍ତ୍ତକେ !


Rate this content
Log in

Similar oriya poem from Romance