ଅଖୋଜା ଅଲୋଡ଼ା ତାଙ୍କ ପ୍ରତିମୂର୍ତ୍ତି
ଅଖୋଜା ଅଲୋଡ଼ା ତାଙ୍କ ପ୍ରତିମୂର୍ତ୍ତି
ଅଖୋଜା ଅଲୋଡ଼ା ତାଙ୍କ ପ୍ରତିମୂର୍ତ୍ତି
ପର୍ଶୁରାମ ବିଶ୍ୱାଳ
ନିଜେ ଜଳି ଆନ ମୁଖେ ହସ ଦେବା ଥିଲା ଯାହାଙ୍କର ବ୍ରତ
ତାଙ୍କୁ ଆଜି ମୁହିଁ ଜଣାଉଚି ଜଗା ମୋର କୋଟି ଦଣ୍ଡବତ
ମରି ସେ ଅମର ହେଇ ରହିଚନ୍ତି
ମିଛ ନୁହେଁ ଏହା ସତ ।
ଅଖୋଜା ଅଲୋଡ଼ା ତାଙ୍କ ପ୍ରତିମୂର୍ତ୍ତି ଦେଖିଲେ ଲାଗଇ ଦୁଃଖ
ଲତାରେ ଗୁଡ଼େଇ ହେଇ ରହିଚନ୍ତି ଦିଶୁନାହିଁରେ ଶ୍ରୀମୁଖ
କାହିଁ କିଆବଣ ଭିତରେ ଅଛନ୍ତି
କିବା ସେ ବାବନାଭୂତ !
କୋଉକାଳୁ ଚୂନ ଲାଗିଥିଲା ଟିକେ, ଆଜି ସେ ଗଲାଣି ଛାଡ଼ି
ବିକୃତ ଦିଶୁଚି ମୁହଁ ଗୋଟି କାହିଁ ଚଢ଼େଇର ମଳ ପଡ଼ି
ନମସ୍ୟ ସେ ପୂଜ୍ୟ ମଣିଷ ପାଇଁକି
ଏ ଭାବନା ଜଗନ୍ନାଥ ।
ଦେଶ-ଜାତି ଆଉ ସମାଜ ପାଇଁକି କିଏ କେତେ କଲେ ଦାନ
ତାଙ୍କ ପାଇଁ ଆଜି କରୁଚୁ ଗରବ, କହୁଚୁ ଆମେ ମହାନ
ଶ୍ରୀହୀନ ତାଙ୍କର ପ୍ରତିମୂର୍ତ୍ତି ଦେଖି
ବଦଳୁନାହିଁରେ ଚିତ୍ତ ।
ବୁଝେଇ କହିଦେ ତୋ ଓଡ଼ିଆ ପୁଅ ଆରେ ମୋ କଳାଠାକୁର
ଏ ଜାତି ଗୌରବ ଗରବ ନକରୁ ସିଏ ଆଉ ହତାଦର
ତାଙ୍କ ମୁହେଁ ହସ ଦେଖିଲେ ହସିବ
ଏ ଆମ ଉତ୍କଳ ମାତ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****