ବର୍ଷା ଓ ଜଗନ୍ନାଥ
ବର୍ଷା ଓ ଜଗନ୍ନାଥ
ବରଷକେ ଥରେ ବରଷା ଆସିଛି ବରଷୁଛି ଅନର୍ଗଳ ।
ହେଉ ଲଘୁ ଚାପ ଅବା ମୌସୁମୀ ଆଗମନ ଅବା ରଥେ ଜଗନ୍ନାଥଙ୍କର ଖେଳ ।
ବରଷୁଛି କେତେବେଳେ ଝିପିଝିପି କେତେବେଳେ ତୁହାକୁ ତୁହା ।
କେତେବେଳେ କୁଣ୍ଡାଝଡା ବରଷା ହୁଏ ତାର ମନ ଯେତେବେଳେ ଯାହା ।।
ଆଷାଢ ମାସରେ ବରଷା ପବନ ସଙ୍ଗେ ବିଜୁଳି ଓ ଘଡଘଡି ।
ଥରାଇ ଦେଉଛି ଶୀତୁଆ ପବନ ଦେହ ହାତ ଗୋଡ ଯାଏ ଥରି ।।
ବାଟୋଇକୁ ଆସରା ପଖିଆ ଓ ଛତା ବାଇକ ବାଲାକୁ ଆସରା ରେନିକୋଟ ।
ଅନ୍ଧାର ବରଷାରେ ବାଟ ଦିସୁନାହିଁ ବରଷା ଝରେ ଟପ୍ ଟପ୍ ।।
ବେଙ୍ଗୁଲୀ ବସିକି ବଣ ବୁଦା ମୂଳେ ରାବୁଅଛି କିଆଁ କଟର ।
ପବନର ତେଣେ ସଁ ସଁ ସର୍ଦ୍ଧ ଗରଜୁଛି ଅନବରତ ।।
ଛାତି ଦେଉଅଛି ଥରାଇ ହାତ ପାପୁଲି ମାରଇ କେମ୍ପା ।
ମନୁଆ ଭାଇଟି କେନ୍ଦରା ବଜାଇ ଭଜେ ଜଗନ୍ନାଥ ନାମ ସିନା ।।
ଜଗା ଆସିଅଛି ବରଷକେ ଥରେ ବିଜେ ହୋଇ ରଥ ଉପରେ ।
ବରଷା କହୁଛି ଧୋଇ ବଡଦାଣ୍ଡ ସଫା କରିଦିଏ ନଲାଗୁ ଭକ୍ତଙ୍କ ପାଦରେ ଅଳିଆ ।
ବରଷା କଥା ସୁଣି ଜଗା ନାଲି ଅଧରେ ହସିକି କହୁଅଛି ଆରେ ବରଷା ।
ସେବା ପାଇଁ ମୋର ସଭିଏଁ ତତ୍ପର ପୁରୀ ରଜା ଠାରୁ ପ୍ରଜା ନେବାକୁ ମଜା ।।
ବଡଦାଣ୍ଡ ଆଜି ଉଚ୍ଛବ ମୁଖର ଗହଳି ଚହଳି ଶୁଭେ ।
ବାଜୁଅଛି ପରା ଘଣ୍ଟ ଘଣ୍ଟା କାହାଳି ହରି ବୋଲ ହୁଳହୁଳି ଦିଅନ୍ତୁ ମୁଖେ ।
କବି: ସୁଶିଲ୍ କୁମାର ପାଣି,ପୁରୀ ।