Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ଆଖି

ଆଖି

1 min
6.7K


ଆଖି ବୋଲି ଯେଉଁ       ଶବଦଟି ଅଛି

ଓଲଟାଇ ଦେଲେ ଖିଆ

  ସତରେ ସେ ଆଖି  କାହାକୁ ଖୁଆଏ

କାହାକୁ କରେ ବାଇଆ(1)


ଆଖି କହି ଦିଏ         ଭାଷା ତା ଅନେକ

ପାଟି ଯା ନ କହି ପାରେ

ହୃଦୟ ମଧ୍ୟର          ଅକୁହା ବେଦନା

ଆଖି ଲୋତକରେ ଝରେ(2)


ସ୍ନେହ ପ୍ରେମ ଆଉ    ମମତାର ମଧୁ

ଆଖି ବି ଝରାଇ ପାରେ

କୂଟ କପଟିଆ        ଚତୁରପଣିଆ

ଆଖି ହିଁ ପ୍ରକାଶ କରେ(3)


ଆଖି ଦେଖା ସାକ୍ଷୀ   ଗୁରୁତ୍ୱ ଲଭନ୍ତି

ସତ୍ୟ ଅନୁସନ୍ଧାନରେ

ହେଲେ ଏ ନିୟମ    ହୁଏ ବ୍ୟତିକ୍ରମ

ଅପପ୍ରୟୋଗ ବଳରେ(4)

ଆଖି ଯାହା ଦେଖେ         ମନ ସିନା ରଖେ

ସବୁ ବେଳେ ନୁହେଁ ସତ

ବେଳେ ବେଳେ ଆଖି        ଧୋକା ଖାଇଥାଏ

ସତର୍କ ରହିବ ମିତ(5)

ଚିତ୍ତ ରଞ୍ଜନ ଲେଙ୍କା 


Rate this content
Log in