ଦିଶା
ଦିଶା
ସମ୍ମାନ ପାଇଁ ତ ମୁଁ କେବେ ଲେଖେନି
କି ଲେଖିବାକୁ ମଧ୍ୟ ଚାହେଁନି
ଲେଖନୀ ଧରିଲେ ହଠାତ୍
ଶବ୍ଦ ପୁଞ୍ଜ ଗୁଡିକ ଛନ୍ଦାଛନ୍ଦି ହୋଇ
କେଜାଣି କାହିଁକି ,
ସାହିତ୍ୟର ନୀଡ ସୃଷ୍ଟି କରେ
ସେ କଥା ମଧ୍ୟ ମୁଁ କେବେ ଜାଣେନି ।
ବେଳେବେଳେ ମୋ ମନରେ ଭାବେ
ଲେଖିବା କ’ଣ କବିର ପେଷା
ସେତେବେଳେ ଲାଗେ ପେଷା ନୁହେଁ
ସାହିତ୍ୟ ହେଉଛି ତାର ନିଶା,
ତେଣୁ ସେ ନୂଆ ଏକ ଦୁନିଆରେ
ନିଜକୁ ହଜେଇ ଦେଇ ସୃଷ୍ଟି କରେ
ଚେତନ ମାନସରୁ ନବ ଆଲୋକର ଭାଷା,
କାଳେ ସେ ଭାଷାର ଆଲୋକରୁ
ମିଳି ଯାଇପାରେ
ଏ ସଂଗ୍ରାମୀ ଜୀବନକୁ
ଜୀଇଁବାର ନୂଆ ଏକ ଦିଶା ।
9668873737