Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅତୀତ
ଅତୀତ
★★★★★

© Prakash Ranjan Parida

Others

1 Minutes   7.3K    7


Content Ranking

ଅତୀତ

--------


ଫେରିଯାଅ ଅତୀତ

ତୁମେ ଫେରିଯାଅ

ମନର ଚୌହଦୀ ଭିତରୁ

ବାସୀ ଫୁଲର ନିରୁଦ୍ଧିଷ୍ଟ ଠିକଣା ଭିତରେ

ତୁମେ ହଜିଯାଅ ,

ଏବେ ତ' ମୋ ଜୀବନ ପଥ କଣ୍ଟକିତ

ପ୍ରତିଟି ମୁହୂର୍ତେ ଲହୁ, ଲୁହର ଅଭିଷେକ

ସ୍ୱପ୍ନଟିଏ ଦେଖିବା ଆଗରୁ

ପରିଣତି ଭାବୁଭାବୁ

ପୁରି ଯାଇଥାଏ ସ୍ୱପ୍ନର ଆୟୂଷ ।

ତମ ପାଖେ ଛାଡିଆସିଛି

ଯେତେ ସବୁ ଫୁଲଫୁଟା ମୁହୂର୍ତ,

ଚପଳ ମନର ମିଠାମିଠା ସ୍ୱପ୍ନ ,

ଆଉ ପୁଣି ତୁମେ ଫେର କାହିଁ ପାଇଁ,

ଦି'ଧାର ଲୁହ ବ୍ୟତୀତ ଦେବାପାଇଁ

ମୋ ପାଖେ ଆଉ କିଛି ନାହିଁ ।।

...

Email:litp.ranjan@gmail.com

ଅତୀତ ଚୌହଦୀ ଜୀବନ

Rate the content


Originality
Flow
Language
Cover design

Comments

Post

Some text some message..