Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.6  

Sadananda Sahoo

Others

ସର୍ବସଂହା ମାଆ

ସର୍ବସଂହା ମାଆ

1 min
236



ମାଆ ଜନ୍ମଦାତ୍ରୀ ହୃଦୟା ଦରଦୀ 

  ସର୍ବସଂହା  ମାତୃଦେବୀ , 

ସମ୍ପଦା ବିଭବା ଚିରବନ୍ଦନୀୟା 

   ଦୁଃଖସୁଖ   ଅନୁଭବୀ ll


ମାଆ ସ୍ଵୟଂପୂର୍ଣ୍ଣା  ମାଆ ଅନ୍ନପୂର୍ଣ୍ଣା 

    ସୃଷ୍ଟିରେ ବୈଚିତ୍ର୍ୟମୟୀ , 

ସୁଲଭ ସୌଲଭା  ପ୍ରୀତିର ପ୍ରତିମା 

   ସର୍ବଯୁଗେ  କାଳଜୟୀ ll


କରୁଣା କଲ୍ୟାଣ ମାଆ ' ଆଭୁଷଣ 

    ମଙ୍ଗଳ ବିଧାନ ମୈତ୍ରୀ,

ଆଶିର୍ବାଦେ ମାତ  ସର୍ଵଦା ବଦିତ 

    ମହା ଅନୁଭବି  ପୁତ୍ରୀ ll

     

ସନ୍ତାନ ସନ୍ତତି   ମାଆର ସମ୍ପତ୍ତି

   ଆଖିର ରତନ ଜ୍ୟୋତି , 

ମାଆ ଜାଣିପାରେ କେ'ଅଛି ସଂକଟେ 

   ଆହାକି ତା' ଭାଵ ପ୍ରୀତି ll


ମାତା ଗର୍ଭଧାରୀ ନିରଳସ ନାରୀ 

    ଦୁଃଖସୁଖ  କୁହୁକିନୀ , 

ଦୁଃଖେ ହଉ ସୁଖେ ନୀଡକୁସଜାଡ଼େ 

   ସ୍ନେହଁମୟୀ  ସରାଗିନି ll


ବାରମାସେ ପାଳେ ତେରବ୍ରତ ସେ'ଯେ  

   ମଙ୍ଗଳ ବିଧାନ ପାଇଁ , 

ଉପବାସେ ରହେ ସର୍ବ ଅଜାଣତେ 

   ହସିଦିଏ  କଥାକହି ll


ଧରିତ୍ରୀର ମୈତ୍ରୀ ମାଆ ସୁନେତ୍ରୀ 

   ସହ୍ୟକରେ କଷ୍ଟ କ୍ଳିଷ୍ଟ , 

ଶାବକ ଅର୍ଦଳି ସହେ ମାଆ ବିଚାରି 

   ଦୁଃଖେ ହୋଇ ଉପବିଷ୍ଟ ll


ମାଆପରି କେହି ନାହିଁ ଏ' ସୃଷ୍ଟିରେ 

  ଭାବନାର ଅନ୍ତଃରାଳେ ,

ମାଆ ଏକା କାନ୍ଦେ ବେଦନା ଉଚ୍ଛ୍ଵାସେ 

    ଆପଦ ବିପଦ ବେଳେ ll


ଶୁଭ ଅବକାଶେ ଏ' ମାତୃ ଦିବସେ   

    କରହେ' ଶପଥ ସର୍ବେ , 

ମାଆହାତ କେବେ ଛାଡିବାନି ଆମେ 

    ବଞ୍ଚି ଥିବାଯାଏ ଭବେ ll


ଏ'ରମ୍ୟ ସୃ୍ଷ୍ଟିକୁ ଆଣିଛି ଆମକୁ 

   କେତେବଡ ତା'ର ତ୍ୟାଗ , 

ଦଶମାସ କାଳ ଗର୍ଭେ କରି ଭାର 

    କଷଣ କରିଛି ଭୋଗ ll


ହେ'ମାଆ ସମ୍ପଦା ସୁକଲ୍ୟାଣୀ ମାତା 

   ଶତଶତ  ପ୍ରଣିପାତ , 

ତୋର ସନମାନ ନ'ହେଉ ମା' କ୍ଷୁର୍ଣ୍ଣ 

ତୁ ' ଏ ' ସୃଷ୍ଟିର ମିତ ll


 


Rate this content
Log in