Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Classics Inspirational

4.8  

ବି. ନିରୁପମା

Abstract Classics Inspirational

ଜୀବନର ଅନ୍ୟ ନାମ

ଜୀବନର ଅନ୍ୟ ନାମ

1 min
1.1K



ଜୀବନର ଅନ୍ୟନାମ ଅଟଇ ସଂଘର୍ଷ ,

ଜୀଇଁବାକୁ ପଡ଼େ ଏଠି ନ ଥିଲେ ବି ହର୍ଷ ।

ସବୁଠାରୁ ଶ୍ରେଷ୍ଠ ଜନ୍ମ ପାଇ ଏ ଧରାରେ,

କାହିଁକି କି ଲାଗି କର ଅଣହେଳା ତା'ରେ !


ଅମୃତର ସନ୍ତାନ ତୁ ବିଷମ ସଂସାରେ ,

ହାରିଯାଅ ନାହିଁ କେବେ ଜୀବନ ଯୁଦ୍ଧରେ ।

ଫଳ ଭାରେ ବୃକ୍ଷ ପରା ପଡ଼େ ଏଠି ନଇଁ ,

ଅନ୍ୟକ୍ଷୁଧା ଦୂର କରେ ଢେଲାମାଡ଼ ସହି ।


ଜୀବନର ଚଳପଥେ ସହି ନାନା ବାଧା ,

ଜ୍ଞାନୀ ଜନ କରିଥା'ନ୍ତି ଆନ ହିତ ସଦା ।

ବେଳେବେଳେ ନିଜ ଇଚ୍ଛା ଜଳାଞ୍ଜଳି ଦେଇ ,

ବଞ୍ଚିବାକୁ ପଡ଼େ ଏଠି ଅନ୍ୟ ହିତ ପାଇଁ ।


କା' ଜୀବନେ କୁହ ଭଲା ଦୁଃଖ ନାହିଁ ଲେଶ ,

ଜନ୍ମହୋଇ ଭୋଗିନାହିଁ କେବେ କିଏ କ୍ଳେଶ !


ଜାଣି ଶୁଣି ସବୁଠାରୁ ଏ ଦୁର୍ଲ୍ଲଭ ପ୍ରାଣ ,

ତେଜିବାକୁ ଇଚ୍ଛା ଯେବେ ନିଅ ଏହି ପ୍ରଣ ।

ଜନ୍ମଭୂମି-ଜାତି ହିତେ ଦିଅ ବଳିଦାନ ,

ଅମର ହୋଇ ରହିବ ତୁମ ଯଶମାନ ।


ଏବେବି ସମୟ ଅଛି ଚିନ୍ତାକର ବାରେ ,

ଏ ଦୁର୍ଲ୍ଲଭ ଜନ୍ମ ଆଉ ମିଳି ବି ନ ପାରେ !

ତେଣୁକରି ଅମୃତର ସନ୍ତାନ ହେ ଜାଗ ,

ଦେଶ,ଦଶ କଲ୍ୟାଣରେ ଆଜିଠାରୁ ଲାଗ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Abstract