Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Romance

2  

Minakshi Samal

Romance

ପ୍ରେମ - ଏକ ସନେଟ୍

ପ୍ରେମ - ଏକ ସନେଟ୍

1 min
269


ପ୍ରେମ ଅଟେ ହୃଦୟର ମଧୁର ମିଳନ

ମନ ଚିହ୍ନେ ଭଲକରି ଆଉ ଏକ ମନ

ସଂସାରର ସାଗରରେ ମୋତି ସମ ଦୁଇ

ଆତ୍ମା ଯୋଡି ହୋଇଯାଏ ପରସ୍ପର ପାଇଁ।

ଜଣକର ଦୁଃଖରେ ଯେ ଅନ୍ୟଜଣେ କାନ୍ଦେ

ଛାଇପରି ରହିଥାଏ ଭଲ ଆଉ ମନ୍ଦେ

କ୍ଷୀର ନୀର ସମ୍ପର୍କର ସେତୁବନ୍ଧ ବାନ୍ଧି

ସୁଖରେ କାଟନ୍ତି ଦିନ ପ୍ରେମେ ହୋଇ ବନ୍ଦୀ।

ଦୁଃଖରେ କାତର ଅବା ସୁଖରେ ବିଭୋର

ନହୋଇ କରିଥାନ୍ତି ସମାନ ଉପଚାର

ସମାଜ ପାଇଁ ହୁଅନ୍ତି ସେମାନେ ଆଦର୍ଶ

ଚତୁର୍ଦ୍ଦିଗେ ବ୍ୟାପିଯାଏ ତାଙ୍କ ଖ୍ୟାତି ଯଶ।

ଶାଶ୍ବତ ପ୍ରେମର ନାମ କରନ୍ତି ସାର୍ଥକ

ସେ ପ୍ରେମୀ ଯୁଗଳ ପାଶେ ମୁଁ ନତ ମସ୍ତକ।

ମିନାକ୍ଷୀ ସାମଲ


Rate this content
Log in

Similar oriya poem from Romance