ପରୀକ୍ଷା
ପରୀକ୍ଷା
ପରୀକ୍ଷା ତୁମ ପାଖେଇ ଆସେ
ପିଲାଏ କଥା ଶୁଣ
ମନ ଲଗାଇ ପଢିଲେ ପାଠ
ହେବନି ହଇରାଣ
ଜୀବନେ ସଫଳତା ପାଇବା
ନୁହଁଇତ ସହଜ
କଠିନ ପରିଶ୍ରମ କରିବା
ପାଇଁ ମନରେ ହେଜ
ପଢିବା ବେଳେ ପଢିବା ପାଠ
ଖେଳିବା ବେଳେ ଖେଳ
ଅଯଥାରେ ସମୟ କାଟିଲେ
ତାହାହିଁ ହେବ କାଳ
ପଢିବ ଯାକୁ ଲେଖିବ ତାକୁ
ଅତି ଯତନ କରି
ସବୁ ବିଷୟ ପଢି ଲେଖିଲେ
ଯିବନିତ ପାସୋରି
ସବୁ ପାଠକୁ ଗୁରୁତ୍ୱ ଦେବ
କା’କୁ ନ ଭାବି ହେୟ
ନକାରାତ୍ମକ ଚିନ୍ତା ତିଆଗି
ମନ କରିବ ଥୟ
ଅସମ୍ଭବ ଏ ଶବଦଟିକୁ
ତୁମ ଶଦ୍ଦ କୋଷରୁ
ହଟାଇ ଦେଲେ ଆତ୍ମବିଶ୍ୱାସ
ସୃଷ୍ଟି ହେବ ମନରୁ
ବିଭୁଙ୍କ ଠାରେ ରଖିଲେ ତୁମେ
ଏକାନ୍ତ ଭାବେ ଲୟ
ସବୁ କାମରେ ସଫଳ ହେବ
ନ ହେବ ପରାଜୟ ।