Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୫

ବେସୁରା ଗୀତି-୭୧୫

1 min
6.9K


ଏତେ କଥା ବର୍ଷା ମନେ ଥିଲା ଯଦି

କାହିଁକି ଛୁଇଁଲୁ ଛାତି

ଆଷାଢ ମାସରେ ଭରି ଦେଲୁ କିଆଁ

ଦେହେ ବଇଶାଖୀ ତାତି  ॥

ଭିଜାଇ ଦେଇଛୁ ସଭିଙ୍କର ଦେହ

ଶୀତଳ କରିଛୁ ଧରା

ରୋମାଞ୍ଚେ ଭରିଛୁ କେତେ କେତେ ପ୍ରାଣ

କା ଆଖି ଲୁହରେ ଭରା   ॥

କଳ କଳ ଛଳ ଛଳ ନାଦ କରି

ନଈ ଗାଇଲାଣି ଗୀତ

ମହକି ଯାଉଛି କାହାର ଅଗଣା

କେ ହଜାଏ ମଧୁ ମାସ  ॥

ବରଷା ଲୋ ଆଜି ତୋ ମେଘ ପଣତ

ଢାଙ୍କିଛି ଜହ୍ନର ଦେହ

ଲିଭାଇ ଦେଇଛୁ ଜୋଛନର ଧାର

ହୃଦୟେ ଭରିଛୁ କୋହ  ॥

ସତେ କଣ ଆଜି ପଣ କରିଛୁ ତୁ

ଦେବୁନି ତୋ ପ୍ରୀତି ଛୁଆଁ  ?

ପରଶରେ ତୋର ଲିଭାଇବୁ ନାହିଁ

ହୃଦୟ ତଳର ନିଆଁ  ?


Rate this content
Log in