Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୩୮

ଜୀବନ ଗୀତା- ୩୮

1 min
6.9K


ଜୀବନ ଗୀତା- ୩୮
 
ସାରା ଅଙ୍ଗେ ମୋର ବୟସର ପତ୍ରଝଡା
ତଥାପି ଏ ମନ ଦେଉଅଛି ଖଣ୍ଢିଉଡା
ନମାନି ଜୀବନ ପଥେ ମଡା କି ଅମଡା ॥୦॥
 
ମିଳନ କୁଞ୍ଜର ମହୁଆ ମହକ
ଟାଣୁଛି ଆଜିବି ମତେ
ଜୀବନ ସଞ୍ଜର ଅନ୍ଧାର ଆଲୋକ
ଘେରୁଛି ପଥ ମୋ ସତେ
ଦେହ ଦେଉନାହିଁ ସାଥ
ମନହୁଏ ଉତ୍ପାତ
ମନ ତ ବୁଝେନା ଏ ଦେହେ କେତେ ଯେ ପୀଡା ॥୧॥
 
ପ୍ରୀତି ଜରଜର ପାଗଳ ମନଟା
ମାନେନା ବନ୍ଧ କି ବାଡ
ଏ ଜରା ଶରୀରେ ନାହିଁ ତ ଭରସା
ହେଲାଣି ଅତଡା ଦାଢ
ମନ ମୋର ଚିର ମନୁଆଁ
ଦେହ ତ ଦଦରା ନାଆ
ମନ ତ ଜାଣେନା ମରଣ ଦୁଆରେ ଛିଡା ॥୨॥


Rate this content
Log in