Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ସେ ବୋହୂ-ବୋହୂକା ଖେଳ

ସେ ବୋହୂ-ବୋହୂକା ଖେଳ

1 min
274



ସେ ଦିନର ସେଇ ଧୂଳିଖେଳ କଥା

ମନେ ପଡ଼ିଯାଏ ସତେ ,

ମୋଅରି କନିଆ ସାଜିବା ପାଇଁକି

ଅଳି କରୁଥିଲୁ କେତେ ।


ମିଛିମିଛିକା ଯେ ଭାତ,ତିଅଣ ଲୋ

ସେ ବୋହୂ-ବୋହୂକା ଖେଳ ,

ଆଜି ହୋଇଗଲା ସତସତିକା ଲୋ

ଆସିଗଲା ଯେବେ ବେଳ ।


ବାହା ବେଦୀରେ ତୁ କନିଆ ସାଜିଛୁ

ମୁଁ ବାଣ,ରୋଷଣି ନେଇ ,

ବରବେଶ ସାଜି ଯାଉଅଛି ପରା

ଦୁଲୁକି ଉଠୁଛି ସାଇ ।


ଶଙ୍ଖ ହୁଳହୁଳି ପଡ଼ୁଛି ଉଛୁଳି

ଦିଶିଲାଣି ତୋର ଘର ,

ବରଯାତ୍ରୀ ଯେତେ ଉଚ୍ଛନ୍ନ ହେଲେଣି

ଦେଖିବାକୁ ମୁହଁ ତୋର ।


ଆଜିଠାରୁ ହେବୁ ଜୀବନ ସଙ୍ଗିନୀ

ଧରିନେଲା ପରେ ହାତ ,

ତୋଳିବା ଗୋଟିଏ ନୂଆ ଘର ଆମେ

ମିଛ ନୁହେଁ, ସତ-ସତ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Romance