Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

ଜଗନ୍ନାଥ ଜଗନ୍ନାଥ

ଜଗନ୍ନାଥ ଜଗନ୍ନାଥ

1 min
437


ଜଗନ୍ନାଥ ଜଗନ୍ନାଥ ଆହେ ପ୍ରଭୁ ଜଗନ୍ନାଥ

ତୁମେ କାହିଁ ହେଲ ପ୍ରଭୁ କାକକଳା କରମ୍ବିତ

ହାତଗୋଡ କଲ ନାହିଁ ମୁଖେ ଦେଲ ରଙ୍ଗ କଳା

ଅରୂପରେ ରୂପ ତୁମ ବିଚିତ୍ର ଏ ଭବ ଲୀଳା


ଜଗନ୍ନାଥ ଜଗନ୍ନାଥ ଆହେ ପ୍ରଭୁ ଜଗନ୍ନାଥ

କେତେ ଆଉ ବସିଥିବ ହୋଇ ତୁମେ ଦାରୁଭୁତ

ଭାବନେଇ ଦିଅ ବୋଲି ଭାବରେ ତ ରହିଥାଅ

ନିନ୍ଦୁକ ନୋହିବି ପ୍ରଭୁ ତୁମେ ଏକା ଦୟାମୟ


ଜଗନ୍ନାଥ ଜଗନ୍ନାଥ ଆହେ ପ୍ରଭୁ ଜଗନ୍ନାଥ

ମାଗୁନାହିଁ ଧନ ପ୍ରଭୁ ମାଗୁଛି ମୁଁ ଶୁଦ୍ଧ ଚିତ୍ତ

ମହତ୍ତର ହେଉଥାଉ ମୋଜୀବନ ଦୀନପଥ

ଏଜୀବନ ତୁମ ଦାନ ତୁମଠାରେ ସଦା ନତ


ଜଗନ୍ନାଥ ଜଗନ୍ନାଥ ଆହେ ପ୍ରଭୁ ଜଗନ୍ନାଥ

କରୁଣାର ସିନ୍ଧୁ ତୁମେ ଦୀନବନ୍ଧୁ ଦିନନାଥ

ସଂସାର ସାଗର ତୋର ଥଳକୂଳ ନାହିଁ ମୋର

ଵାହିବାକୁ ଭବ ଡଙ୍ଗା ତୋପାଦେ ମିନତି ମୋର


ଆତୁରେ ଡାକୁଛି ପ୍ରଭୁ ପାଇବାକୁ ପଥ ଅନ୍ତ

ଥାଉ ଥାଉ ତୁମେ ପ୍ରଭୁ କାଳହାତେ ହେବି ହତ

ଦିଅମୋତେ ଦୟାମୟ ଦେଖିବାକୁ ମୃତ୍ୟୁ ପଥ

ଜଗନ୍ନାଥ ଜଗନ୍ନାଥ ଆହେ ପ୍ରଭୁ ଜଗନ୍ନାଥ


ପ୍ରଶାନ୍ତ କୁମାର ହୋତା


Rate this content
Log in