Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance

2  

gouranga charan beura

Romance

ବିନନ୍ଦିନୀ

ବିନନ୍ଦିନୀ

1 min
6.6K


ମାନସ ପଟରେ ବିନନ୍ଦିନୀ ତୁମେ

ମାନସ ମନ୍ଥନେ ଧୃତି,

ମାନସେ ମାନସ ପ୍ରତିଧ୍ୱନୀ ତୁମେ

ମାନସେ ମଧୁର ରାତି ॥

ମାନସ ପଟ୍ଟର ସୁରଭି କୁନ୍ତିକା

ମାନସର ଜାଇଫୁଲ,

ମାନସ ଉଦ୍ୟାନେ ପ୍ରଜାପତି ତୁମେ

ମାନସେ ଚମ୍ପା ମଂଜୁଳ ॥

ମାନସ ରାଜ୍ୟର ତୁମେ ନାଗଚମ୍ପା

ମାନସର ସରୋବର,

ମାନସ ପଲଙ୍କେ ତୁମେ ମନସ୍ୱିନୀ

ମାନସର ପ୍ରୀତି ଅର୍ଘ୍ୟ ॥

ମାନସ ଶେଯରେ ମାନସି ବୈଦେହୀ

ମାନସ କଦମ୍ବ ଫୁଲ,

ମାନସ ବାଟିରେ ବିବ୍ୟ ସୈାଦାମିନୀ

ମାନସେ ତୁମେ କମଳ ॥

ମାନସ କୁଂଜରେ ତୁମେ ନୃତ୍ୟାଂଗନା

ମାନସର କୁଝ୍ଝଟିକା,

ମାନସ ଦୋଳିରେ ତୁମେ ହାସ୍ୟମୟୀ

ମାନସେ ସାମୁକା ମୁକ୍ତା ॥

ମାନସେ ମାନସ ସପନ ବେଦୀରେ

ମାନସ ଭିଜା ଶରୀରା,

ମାନସେ ଶର୍ବରି ମୃଗତୃଷ୍ଣା ନୀରେ

ମାନସେ ମୋ ପ୍ରେମଶାଳା ॥

ମାନସେ ମାନିନୀ ମାନସ ହରିଣୀ

ମାନସର ପ୍ରେମ ଗଂଗା,

ମାନସେ ବୁହାଇ କାମର ଜୁଆର

ମାନସେ ମହକ ଶୃଂଗା ॥

------ଗୈାରାଂଗ ଚରଣ ବେଉରା-----

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ----


Rate this content
Log in

Similar oriya poem from Romance