Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ମୁଁ ଗୋ ଅଳେଇଚ

ମୁଁ ଗୋ ଅଳେଇଚ

1 min
1.3K


ମୁଁ ଗୋ ଅଳେଇଚ

 

ଆଭାକାନ୍ତ ମହାନ୍ତି

 

ମୁଁ ଗୋ ଜାଇଫଳ, ତୁମେ ଜାଇତିରି

       ମୁଁ ଗୋ ଅଳେଇଚ, ତୁମେ ଗୁଜରାତି

ତୁମେ ମହକିଆ ଲବଙ୍ଗଲତା ଗୋ

       ମୁଁ ଗୋଲମରିଚ ହେବି ନିହାତି । ୦ ।

 

ତୁମେ ସାହିଜିରା, ମୁଁ ଡାଲଚିନି

ତୁମେ ମଧୁରି ଗୋ ମୁଁ କବାବଚିନି

ତୁମେ ଗନ୍ଧବନ୍ଧ ତେଜପତର ଗୋ

       ମୁଁ କସୁରିମେଥି ଜନେ କହନ୍ତି । ୧ ।

 

ତୁମେ ଗୋ ଧନିଆ, ଭୃସଙ୍ଗ ପତ୍ର

ମୁଁ ଲଙ୍କା, ହଳଦୀ, ସୋରିଷ, ପୋସ୍ତ

ତୁମେ କଳାଜିରା, କାଜୁ, କିସ୍ମିସ୍

       ଗୁଆଘିଅ, ଚେରି, ନଡ଼ିଆପାତି । ୨ ।

 

ତୁମେ ଗୋଲକନ୍ଦ, ଗୋଲାପ ଜଳ

ଚିରୋଞ୍ଜି, ମକ୍ରୋନି, ଅଦା, କେଶର

ମୁଁ ଲୁଣ, ରସୁଣ, ପିଆଜ ଗୋ ସହୀ

       ମହକିଯାଉ ଗୋ ଆମ ପୀରତି । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in