Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

2  

Ansuman Swain

Others

କାହିଁକି ଲାଗିଛି ନିଆଁ ଏ ସହରେ

କାହିଁକି ଲାଗିଛି ନିଆଁ ଏ ସହରେ

1 min
6.9K


କାହିଁକି ଲାଗିଛି ଆଜି ଏ ସହରେ ନିଆଁ ?

ଟିକେ ହେଲେ ସ୍ଵଚ୍ଛ ନାହିଁ ସବୁଆଡେ ଧୂଆଁ ।

ହସ,ଖୁସି,ସ୍ନେହ, ଶ୍ରଦ୍ଧା ପଡିଛି ମଳିନ

ସବୁବେଳେ ଅଶାନ୍ତିରେ ବିତୁଛି ଜୀବନ ।

ଯେତେ ବରଷିଲେ ବର୍ଷା ଶୀତଳ ତା ନାହିଁ

ଲୁହର ଝରଣା ଏଠି ସାଗରେ ମିଶଇ ।

ରକ୍ଷକ ସାଜୁଛି ଏଠି ଭକ୍ଷକ ତ ହୋଇ

ଟିକେ ହେଲେ ପ୍ରେମ ଆଉ ପାଖ ମାଡୁନାହିଁ ।

ସୁନ୍ଦର ପୁଷ୍ପର ବାସ୍ନା ଆଉ ବାସୁନାହିଁ

ପ୍ରଭାତରେ କାକ ଡାକ ଜମା ଶୁଭୁ ନାହିଁ ।

କାହିଁକି ଲାଗିଛି ଆଜି ଏ ସହରେ ନିଆଁ ?

ଟିକେ ହେଲେ ସ୍ଵଚ୍ଛ ନାହିଁ ସବୁଆଡେ ଧୂଆଁ ।


Rate this content
Log in