Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ବିଘ୍ନ ବିନାଶାୟ ପାର୍ବତୀ ତନୟ

ବିଘ୍ନ ବିନାଶାୟ ପାର୍ବତୀ ତନୟ

1 min
7.0K



ବିଘ୍ନ ବିନାଶାୟ ପାର୍ବତୀ ତନୟ

ଘେନବାରେ ନିବେଦନ

ଆସ ଅବତରି ଏ ଧରା ଧାମକୁ

ହେ ପ୍ରଭୂ ବିଘ୍ନ ନାଶନ।


ତୁମ ଦୟା ବଳେ ମୁର୍ଖ ଲଘିଂପାରେ

ବିଦ୍ୟାର ମହାସାଗର

ସିଦ୍ଧି ବିଧି ଦାତା ପରମ ଈଶ୍ଵର

ପ୍ରଣତୀ ମୋ ଘେନାକର।


ଅଗ୍ରପୂଜ୍ୟ ତୁମେ କରୁଣାବତାର

କୃପାବାରୀ ଢାଳିଦିଅ

ତବ ଆଶୀଷରେ ଏ ମର୍ତ୍ତ୍ୟ ମଣ୍ଡଳେ

ବିଦ୍ୟା,ଜ୍ଞାନ ଭରିଦିଅ।


କରୁଛୁ ମିନତୀ ଘେନାକର ବାରେ

ଶୁଭ ଆଶିର୍ବାଦ କର

ଏ ଶୁଭ ଲଗନେ ପ୍ରଣତୀ ଜଣାଉଁ

ବିଦ୍ୟାର ଭଣ୍ଡାର ଭର।


ମହାସ୍ମୀତା


Rate this content
Log in