Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

1.5  

Sadananda Sahoo

Inspirational Others

କିଏ ସତେ କାନ୍ଦୁଚି ?

କିଏ ସତେ କାନ୍ଦୁଚି ?

1 min
7.1K


ଏକି ଅନୁଭବ ହୁଏ ଅନୁମେୟ

ଭାବନା ରାଇଜେ ମୋର ;

କରୁଣ ଚିତ୍କାର ଏ ସ୍ୱର କାହାର

ଶୁଣାଯାଏ ବାରମ୍ବାର !!

ସାମ୍ପ୍ରତିକ ସ୍ଥିତି ବିଗିଡ଼ି ଗଲାଣି

ନାହିଁ ରାମ ରାଜ୍ୟ ଆଉ ;

ବ୍ୟଭିଚାରୀ ହସେ ସତେ ଉପହାସେ

ଦେଖାଇ ତା ରୂପ ଭାଉ !!

ନର ରୂପୀ ଏଇ ରାକ୍ଷସ କହଇ

କରିବି ମୁଁ ସୁଖ ଭୋଗ ;

କାମନା ବସନା କିଛି ନାହିଁ ଊଣା

ମର୍ତ୍ତ୍ୟଟା ମୋ ପାଇଁ ସ୍ୱର୍ଗ !!

ନିଷ୍ପାପ ଶିଶୁ ରାକ୍ଷସ କବଳେ

କରୁଛି ଚିତ୍କାର ରଡି ;

କିଏ ବା ଶୁଣିବ କ୍ରନ୍ଦନର ସ୍ୱର

ଭାଙ୍ଗିବ ପାପର ପେଡ଼ି !!!

ପାପୀ ହଜିଯାଏ ପାପ ଦୁନିଆରେ

ସୁଖର ଆସର ମେଲି ;

ଏ ସଭ୍ୟ ସମାଜ କରେ ପ୍ରତିବାଦ

ଲୋକ ଦେଖାଣିଆ ଖାଲି !!

ନିରିମାଖୀ ଫୁଲ ପାଏ ଯେ କଷଣ

କେହି ନାହିଁ ତା'ର ସାହା ;

ମାଆ ଏକା କାନ୍ଦେ ବେଦନା ଉଚ୍ଛ୍ଵାସେ

ତୁଟେ ନାହିଁ ତା'ର ରାହା !!

ଏ ଗ୍ରୀଷ୍ମ ଅବକାଶେ ମୁଁ ଅନୁଭବେ

ଆଙ୍କିଛି ସମାଜ ଛବି ;

ଏ ସଭ୍ୟ ସମାଜ ହୁଅ ସଚେତନ

ଉଇଁବ ନୂତନ ରବି !!!!!

ହେ ଆରକ୍ଷୀ ବାହିନୀ ସଚେତନ କର୍ମୀ

ଫୁଲ କଢ଼ି ଆମ ମାଆ ;

ମାଆକୁ ସୁରକ୍ଷା ଦେବା ଆମେ ସଦା

ଲିପିବଦ୍ଧ ହେବ ନାଆ !!!

!!!!!!!!!!!!!!!!!!!!!!!!!!!!!!!!!!!!!!!!!??!!!!!!!!

ସଦାନନ୍ଦ ସାହୁ ; କର୍ମଚାରୀ ;କେନ୍ଦ୍ରୀୟ କାରାଗାର ;କଟକ

; ଚୌଦ୍ୱାର!!!


Rate this content
Log in

Similar oriya poem from Inspirational