Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

4.8  

Bauribandhu Lenka

Inspirational

ହେ ଶିବାପତି

ହେ ଶିବାପତି

1 min
6.9K


(0)

ହେ ଶିବାପତି ପାର୍ବତୀପତି

ହେ ଶିବ ଶମ୍ଭୁ ଶଙ୍କର |

ଚରଣେ ଶରଣ ଦିଅ ବାରେ ପ୍ରଭୁ

ଏତିକି ମିନତି ମୋର ||

(1)

ଜଟାରୁ ଝରଇ ଜାହ୍ନବୀର ଧାର

ଗଳାରେ ଭୁଜଙ୍ଗ ମାଳ |

ମସ୍ତକରେ ଅର୍ଦ୍ଧ ଚନ୍ଦ୍ର ଶୋଭାପାଏ

ଆହେ ପ୍ରଭୁ ମହାକାଳ |

ତୁମ ଅଙ୍ଗ ଶୋଭା କେତେ ମନ ଲୋଭା

ତୁମେ ତ ସଂସାର ସାର |

ହେ ଶିବାପତି ପାର୍ବତୀପତି

ହେ ଶିବ ଶମ୍ଭୁ ଶଙ୍କର ||

(2)

ଭସ୍ମକୁ କରିଛ ଅଙ୍ଗରଗ ପ୍ରଭୁ

ବ୍ୟାଘ୍ର ଚର୍ମ ଯେ ବସନ |

ହସ୍ତରେ ପିନାକ ଡମ୍ବରୁ ତ୍ରିଶୁଳ

ଦିଶେ କେଡେ ଶୋଭାବନ |

ବୃଷଭ ବାହାନେ ବୁଲୁଛ ଶ୍ମଶାନେ

ନାହିଁ ମନରେ ବିକାର |

ହେ ଶିବାପତି ପାର୍ବତୀପତି

ହେ ଶିବ ଶମ୍ଭୁ ଶଙ୍କର ||

(3)

ଅଳ୍ପରେ ସନ୍ତୁଷ୍ଟ ବୋଲି ତବ ନାମ

ହୋଇଅଛି ଆଶୁତୋଷ |

ମୋ ବେଳକୁ କାହିଁ ହେଉଛ ବିମୁଖ

ଆହେ ପାର୍ବତୀଙ୍କ ଈଶ |

ତୁମ ଦୟା ହେଲେ କୋଟୀ ଜନମର

କଳୁଷ ହୋଇବ ଦୂର |

ହେ ଶିବାପତି ପାର୍ବତୀପତି

ହେ ଶିବ ଶମ୍ଭୁ ଶଙ୍କର ||

********


Rate this content
Log in

Similar oriya poem from Inspirational