ମରୀଚିକା
ମରୀଚିକା
ତୁମ
ରୂପ ରଙ୍ଗ ଆଉ
ସୌନ୍ଦର୍ଯ୍ୟର ଆଗେ
କୋଣାର୍କର ଭାସ୍କର୍ଯ୍ଯ
ବି ଫିକା ଫିକା ଲାଗେ ।
ତୁମ
ଆଖିର କଟାକ୍ଷ୍ୟରେ
ମୋ ହୃଦୟର ଗମ୍ଭିରୀରେ
ନିଆଁ ଲାଗେ
ସ୍ଥିତି ଓ ନିଜତ୍ୱ ହରାଏ ।
ତୁମ
ମିଠା ମିଠା କଥାରେ
ମନ ଦେଇଛି
ଖିଲିଖିଲି ହସରେ
ମତୁଆଲା ହୋଇଛି ।
ତୁମ
ଛଳନା ଆଗରେ
ବିଭୋର୍ ହୋଇ
ସବୁ କିଛି ଭୁଲିଛି
ନିଜେ ହଜିଛି ।
ତୁମ
କଥା ଭାବି ଭାବି
ମୋହରେ ପଡି
କଳ୍ପନାରେ ବୁଡିଛି
ଆକାଶରେ ଉଡିଛି ।
ତୁମ
ପ୍ରେମରେ
ପାଗଳ ହୋଇଛି
ନିଜେ ହଜିଛି
ଠିକଣା ଯାଇଛି ।
ମୋ ପାଇଁ ତୁମେ ପରୀ
ମୋ ସ୍ୱପ୍ନ ରାଇଜର ରାଣୀ
ସବୁ ସପନରେ ତୁମେ
ଭାବନାର ଶୀର୍ଷରେ ବି ତୁମେ ।
ମୁଁ ତ ଏବେ
ଜଳୁଛି, ଜଳୁଥିବି
ଜଳିବାର ଶେଷ ନାହିଁ
ପାଇବାର ଆଶା ନାହିଁ
ଖୋଜିବାର ଶେଷ ନାହିଁ ।
ମୋ ମନ ଅଗଣାର କଥା
ଅବୁଝା ମନର ବ୍ୟଥା
କେତେ ଦୀର୍ଘଶ୍ବାସ
ହତାଶା ବେଦନା ଆଉ
କାମନା ଯନ୍ତ୍ରଣା
ସବୁ ଏବେ ମୂଲ୍ୟହିନ
ଓ ଅପାଂକ୍ତେୟ ।
ଠିକ୍ ଜାଣିଛି ମୁଁ
ଏସବୁ ଖାଲି ଧୂ ଧୂ ଖରାରେ
ତୁମେ ମରୀଚିକା
ବାସ୍ତବରେ ଏକ କୁହେଳିକା ।
ଏବେ କିନ୍ତୁ
ଜହ୍ନ ଫେରିଛି
ରାତି ପାହିଛି
ଅନ୍ଧାର ହଟିଛି
ଆଲୁଅ ଆସିଛି
ସୂର୍ଯ୍ୟ ଉଇଁଛି
ନିଦ ହଜିଛି
ସ୍ୱପ୍ନ ଭାଙ୍ଗିଛି ।
*****************************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬