Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Ranjan Panigrahi

Others

0.6  

Smruti Ranjan Panigrahi

Others

ବର୍ଷା

ବର୍ଷା

1 min
211


  ବର୍ଷା

ସ୍ମୃତି ରଞ୍ଜନ ପାଣିଗ୍ରାହୀ
________________
______________________

ଆଜି ବର୍ଷା ଆସିଛି;
ଆକାଶର ତଳେ ତଳେ
ଧରା ଛାତିରେ କି,ନରମ ସବୁଜ ଦୂବ ଘାସରେ
ଗଛର ପତ୍ରରେ ନଚେତ୍ ଗରିବ ଆଖିରେ
ମୁଁ ତା ଝଲକ୍ ଦେଖିଛି...

ଏତେଵେଳେ ବୋଧ୍ ହୁଏ ଚାତକ ହସୁଥବେ
ମୟୁର ନାଚୁଥିବେ;
ନାଚୁଥିବେ ଜଳଚର,ସ୍ଥଳଚର
ଯେଉଁମାନେ ଏତେଦିନ ଥିଲେ ତୃଷ୍ଣା କାତର କି
ଉତ୍ତାପରେ ଜର୍ଜର

ଏତେବେଳେ ରାସ୍ତା ଘାଟ ନିର୍ଜ୍ଜନ ହେବ
ବସ୍ ଟ୍ରକ୍ ଚାଲୁଥିବେ;ଅଥଚ ଧିରେ ଧିରେ
ବ୍ରେକ୍ ଦେଇ;
ମହାକାଶ ତଳେ;ଛନ୍ଦ ଆଉ ତାଳେ ତାଳେ
ବର୍ଷା ନାଚୁଥିବ
ଘଡଘଡି ରାଗରେ,ବିଜୁଳି ରୋଷଣି ନେଇ
ନାଚୁଥିବ;ବର୍ଷା ଖାଲି ନାଚୁଥିବ;
ହୁଏତ ଏତେବେଳେ;ନିର୍ଜ୍ଜନ ନଈ ପଠା କି,
ଫାଙ୍କା ରେଳ୍ ଲାଇନ୍ ଆହୁରି ନିର୍ଜ୍ଜନ ହେବ....

ହୁଏତ ଏତେବେଳେ 
ତୁମ ଓଠରେ ଏ ବର୍ଷାର ମୁକ୍ତା ଥିବ
ହୁଏତ ମନରେ ଶିହରଣ ଥିବ
ଚେତନାରେ ଜାଗରଣ ଥିବ
ଅନ୍ତରେ ଚାପି ହେଇ ଥିବ 
କାହିଁ କେତେ କାଳରୁ ପ୍ରେମ ଓ ଆବେଗ...

ହୁଏତ ଏତେଵେଳେ ଆକାଶ ଛାତି ଅନ୍ଧାର ହେଇ ଆସୁଥିବ
ହୁଏତ ମୁଁ କହିବି;
ଆସ ତୁମେ ଆଉ ମୁଁ
ଆସ ଆମେ ଦୁହେଁ;

ଏହି ବର୍ଷା ର ତାଳେ ତାଳେ
ଯୌବନର କୁତୁହଳେ
ଧରାର ଛାତିରେ କି ଫୁଲର ମହକ ରେ
କୋଇଲି କି ହଳଦିବସନ୍ତ ତ‍ାନରେ
ଗୀତ ଗାଇ ହଜି ଯିବା
ପ୍ରଣୟେ ବିଭୋର ହେବା;
ଆଉ ରୂପ ଦେବା ଆମ ପ୍ରେମ କୁ
ଆମ ସ୍ଵପ୍ନକୁ 
ଆଉ ଆମ ସ୍ମୃତି କୁ.......


Rate this content
Log in

More oriya poem from Smruti Ranjan Panigrahi