ଜୀବନ ଗୀତା- ୮୯
ଜୀବନ ଗୀତା- ୮୯
1 min
6.4K
ଜୀବନ ଗୀତା- ୮୯
ଏ ଜୀବନ କେବେ
ଚିହ୍ନାଜଣା ଆଲୋକିତ
କେବେପୁଣି ସିଏ
ଅନ୍ଧାର ଅମଡା ପଥ ॥୦॥
ଜୀବନର ଦୋଛକିରେ
ଗୋଟିଏ ତ ଜଣାଶୁଣା
ଆରଟି ତ ଅନ୍ଧକାର
ଅମଡା ପୂରା ଅଜଣା
ଶଗଡ ଗୁଳାରେ ଚାଲେ ଯିଏ ଧୀରେ
ହୁଏନାହିଁ କେବେ
ପଥ ତା'ର କଣ୍ଟକିତ ॥୧॥
ଅଜଣା ପଥରେ ପାଦ
ଦେଇଦେଲା ପରେ ଥରେ
ଯେତେ ଚାହିଁଲେବି ଆଉ
ପଛକୁ ଫେରି ନପାରେ
ଅମଡା ପଥରେ କେତେ ରକ୍ତ ଝରେ
ଅନ୍ଧାରରେ ଏକା
ଚାଲେ ହୋଇ ଆତଙ୍କିତ ॥୨॥