Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ଏଇ ଅଳି ଶ୍ରୀଛାମୁ ହେ

ଏଇ ଅଳି ଶ୍ରୀଛାମୁ ହେ

1 min
366


ପହିଲି ପଲକ ଖୋଲୁ ତୁମ ପାଶେ

ଶ୍ରୀମୁଖ ଦର୍ଶନ ଲଭି

ତମାମ ଆୟୁଷ ସରିଯାଉ ମୋର

ତୁମ କଥା ଭାବି ଭାବି ।

ମଙ୍ଗଳ ପ୍ରଭାତେ ତୁଣ୍ଡେ ମୋର ଝରୁ

ପ୍ରଭୁ ତୋର ଦିବ୍ୟନାମ

ନୟନ ଯୁଗଳେ ଅପରୂପ କାନ୍ତି

ହସୁଥାଉ ଜ୍ଯୋତି ସମ ।

କରମ ଧରମ କଳ୍ପନା ଜଳ୍ପନା 

ଚିରନ୍ତନ ଥାଅ ଚିତ୍ତେ 

ତୁମେ ଏକା ମୋର ଚିରକାମ୍ୟ ପ୍ରଭୁ 

ରହିଥାଅ ସାଥେସାଥେ ।

ଅନ୍ଧକାର ପଥେ ତୁମେ ବତୀଘର

ଦିଶାହୀନ ମୁଁ ନଉକା

ତୁମେ ସହଯାତ୍ରୀ ତୁମେ ବଢି ନଈ

ତୁମେ ହିଁ ନାଉରୀ ଟୋକା ।

ତୁମେ ମୋ ନିଶ୍ୱାସ ତୁମେ ମୋ ବିଶ୍ୱାସ

ବଞ୍ଚିବା ଶେଷ ପ୍ରୟାସ 

ତୁମ ପାଦତଳେ ମନ ମୋର ଥାଉ

ସାଜି ମୋ ଶେଷ ନିର୍ଯାସ । 

ମହାପାପୀ ଅବା ଦୀନହୀନ ବୋଲି

ଆଡେଇ ଦେବନି ମୋତେ

ସବୁ ପଥ ଶେଷ ତୁମ ପାଦେ ହେଉ

ଯାଏ ମୁହିଁ ଯେଉଁ ପଥେ ।

ଏତିକି କରୁଣା ରଖିଥିବ ମୋ'ରେ 

ଜଗତମୋହନ ପତି

ମୁଁ ମଲାପରେ ବାସ୍ନାୟିତ ଥିବ

ମୋର ଏ ଅଲୋଡା ପ୍ରିତି ।


Rate this content
Log in