Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରତୀକ୍ଷା
ପ୍ରତୀକ୍ଷା
★★★★★

© Dr. Diptiranjan Behera

Romance

1 Minutes   1.3K    6


Content Ranking


ତୁମକୁ କେତେ ମୁଁ ଭଲ ପାଉଅଛି

ତାହତ ତୁମେ ଜାଣିଛ

ତଥାପି କେମିତି ଅଧାବାଟେ ଛାଡି

ଚାଲିଯେ ମୋତେ ଯାଇଛ ||


ବାଟ ଭୁଲି ମୁଁ ଯେ ତୁମକୁ ଖୋଜୁଛି

ପାଇବା ପାଇଁ କି ସତେ

ଅବାଟରେ କେତେ କଣ୍ଟା ଯେ ଫୁଟୁଛି

ତାହା ଏକା ଜଣା ମୋତେ ||


କଣ୍ଟାର ଯନ୍ତ୍ରଣା ସହି ମୁଁ ଯାଉଛି

କେବଳ ତୁମରି ପାଇଁ

ଏତିକି ବିଶ୍ୱାସ ମନରେ ରଖିଛି

ଆସିବ ତୁମେ ଯେ ଧାଇଁ ||


ବିଶ୍ୱାସରେ ବିଷ ତୁମେ ଯେ ଦେଇଛ

ସହି ନପାରଇ ଆଉ

ପ୍ରତୀକ୍ଷା କରିବି ଖୋଜିବୁଲୁଥିବି

ଯେତେ ଯୁଗ ଗଲେ ଯାଉ ||


-------


E-mail: diptiranjan_behera@yahoo.com

ପ୍ରତୀକ୍ଷା ବିଶ୍ୱାସ ମୁଁ

Rate the content


Originality
Flow
Language
Cover design

Comments

Post


Some text some message..