ଗୋପୀଙ୍କ ପ୍ରେମ ରାଧା ଜୀବନ
ଗୋପୀଙ୍କ ପ୍ରେମ ରାଧା ଜୀବନ
1 min
6.4K
ଗୋପୀଙ୍କ ପ୍ରେମ ରାଧା ଜୀବନ
ଯଶୋଦା ବାଳ ନନ୍ଦ ଦୁଲାଳ
ପୁନଶ୍ଚ ଆସ ଦେବକୀ ସୁତ
ଦୁଷ୍ଟ ଦଳନେ ଅବତରିତ
ଏବେବି କଂସ ଯାତନାଗ୍ରସ୍ତ
ହେଉଛି ଧରା ଶୋକାଭିଭୂତ
କର ଉଦ୍ଧାର ଦୟାନିଧାନ
ହେଉ ଏ ସୃଷ୍ଟି ଯନ୍ତ୍ରଣାମୁକ୍ତ
ନୀଳାଭ ତୁମ ସେ ଅଙ୍ଗରାଗେ
ମୋ ହୃଦେ ଆଜି ସ୍ବପ୍ନ ଜାଗେ
ଭକ୍ତ ତୁମ ଅଧିର ଚିତ୍ତେ
ଡାକୁଛି ବଂଶୀଧାରୀ ହେ କେତେ
ମାଗୁଣି ପ୍ରଭୁ ପୂର୍ଣ୍ଣ କର
ତୁମ ଏ ସୃଷ୍ଟି ତୁମେ ଉଦ୍ଧର