Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

2  

ଓଡ଼ିଆ ଗଳ୍ପ ଓ କବିତା - ୩

ମାଆଙ୍କ ପାଇଁ ସ୍ମୃତିରୁ ପଦେ

ମାଆଙ୍କ ପାଇଁ ସ୍ମୃତିରୁ ପଦେ

1 min
6.9K


ଶ୍ରୀ ୟୁ. ଚନ୍ଦ୍ରଶେଖର


ହାତ ଯୋଡ଼ି କରୁଛି ମାଆ ମୁଁ ଶତ ପ୍ରଣତି

ତୁମରି ଆଶିଷ ଭରା ଅସୀମ ଶକତି l

ଜଗତକୁ ଆସିଛି ମାଆ ତୋ କରୁଣା ପାଇ

କର୍ମ ପଥେ ଚାଲୁଅଛି ଆନନ୍ଦିତ ହୋଇ l

ଖୁଆଇବା ପାଇଁ ମୋତେ କୋଳେ ବସାଇଲୁ

ଚନ୍ଦ୍ରମା ଦେଖେଇ କେତେ ଗପ କହିଥିଲୁ l

ନାଚ ଖେଳ ପାଠ ଶାଠ ଶିଖେଇଲୁ ସବୁ

ଉନ୍ନତି ହୋଇଲା ମୋର ମନେ ଭାବୁ ଭାବୁ l

ହାତ ଧରି ବୁଝାଇଲୁ ଭଲ ମନ୍ଦ ଯାହା

ଧୈର୍ଯ୍ୟ ଧ୍ୟାନ ଦୟା ଧର୍ମ ବଞ୍ଚିବାର ରାହା l

ମାଆ ମାଆ ଡ଼ାକେ ଯେବେ ବିପଦର ବେଳେ

ରକ୍ଷା କରି ମମତାରେ ଟାଣି ନେଉଆ କୋଳେ l

ଯତନେ ରାଖି ମୋତେ ନାନା କଷ୍ଟ ସହି

ତୋର ପରି ଶ୍ରଦ୍ଧାମୟୀ କିଏ ହବ ନାହିଁ l

ମୋ ହୃଦୟେ ବିରାଜୁ ମାଆ ସଦା ତୁମ ହସ

ସେହି ହସ କେବେ ହେଲେ ନ ହେଉ ମା ଶେଷ l

ଦୁନିଆରେ ଆଉ ମୋର କିବା ଦରକାର

ତୁମ ପ୍ରେମ ମୋର ପାଇଁ ସ୍ଵର୍ଗର ସମ୍ଭାର l

ପୁରୀ ବୃନ୍ଦାବନ କାଶୀ ତୁମରି ଚରଣେ

ଜୀବନ ମୋ ଯାଉ ସେହି ସବୁ ଦରଶନେ l

ତୁମ ବାତ୍ସଲ୍ୟ ମମତା ହୁଏ ନାହିଁ ଅନ୍ତ

ତୁମରି ଚରଣ ତଳେ ମୋର ପ୍ରଣିପାତ l


Rate this content
Log in