Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୨୦

ଜୀବନ ଗୀତା-୪୨୦

1 min
164


ଜୀବନରେ ଯେତେ ଚିହ୍ନାଜଣା ରାସ୍ତା

ସେତେବି ଅଦେଖା ଗଳି

କେଉଁଠି ଅନ୍ଧାର କରିଛି ରାଜତ୍ୱ

ସୂର୍ଯ୍ୟ କାହିଁ ଉଠେ ଝଳି ॥୦॥

କାଚକେନ୍ଦୁ ପରି ନିର୍ମଳ କେଉଁଠି

ଜୀବନର ସବୁ ନଦୀ

ଗୋଳିଆ ପୋଖରୀ ରହିଛି କେଉଁଠି

ପଙ୍କରେ ହୋଇକି ଖୁନ୍ଦି

ସାଦା ଫରଫର ଜୀବନରେ କେବେ

ଲାଗିଯାଏ ପୁଣି ମଳି ॥୧॥

ରହସ୍ୟର ଗନ୍ତାଘର ଏ ଜୀବନ

ରୋମାଞ୍ଚରେ ଭରପୂର

ଜିଇଁନାହିଁ ଯିଏ ଦେଖିନାହିଁ ସିଏ

ଏତେ ରଂଗ ଜୀବନର

ଜୀବନ କାପାଇଁ ସରଗର ସମ

କାହାପାଇଁ ନର୍କ ଭଳି ॥୨॥



Rate this content
Log in