Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

0.4  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଜୀବନ

ଜୀବନ

1 min
6.8K



ଶ୍ରୀକୃଷ୍ଣ ସାମଲ


ମରୁ ବାଲି କି’ବା ମଣିଷ ଜୀବନ ?

ସତେକି ଫୁଲର ଶେଜ ,

ସୁଖ ଭୁଞ୍ଜି ଭୁଞ୍ଜି ମଣିଷ ମାନଙ୍କ

ବଞ୍ଚିବା ଏତେ ସହଜ ।

ସୁଖ ଦୁଃଖ ଆଉ ହସ ଲୁହ ଭରା

ଅଟେ ମଣିଷ ଜୀବନ ,

ଖାଲି ଦୁଃଖ ଆଉ ସୁଖ ମିଳିବାଟା

ସତେ’ ବି ସାତ ସପନ ।

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ

ଏହା ଚିରନ୍ତନ ସତ୍ୟ ,

ସୁଖ ପରେ ଦୁଃଖ ଉଭେଇ ଗଲେ ତ

ସୁଖ ହୋଇଯାଏ ମିତ ।

ଜୀବନ ନଉକା ଅଥଳ ସାଗରେ

ଭାସି ଭାସି ଚାଲିଥାଏ ,

ଦୁଃଖ ଆସିଗଲେ ଟଳମଳ ହୁଏ

ସୁଖରେ ନିଶ୍ଚିତ ଥାଏ ।

ଏମିତି ନଉକା ଭାସି ଭାସି ଚାଲେ

ବହୁ ଦୂର ଭାସି ଯାଏ ,

ଅବଶେଷେ ନା’ଆ ସାମର୍ଥ୍ୟ ହରାଇ

ସାଗରରେ ବୁଡି ଯାଏ ।


Rate this content
Log in