Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

କବି ଓ କବିତା

କବି ଓ କବିତା

1 min
6.9K


କବିତା......

କବି ହୃଦୟର ବ୍ୟଥା

ମନ ଆଇନାର କଥା

କବି......

ଆଙ୍କିପାରେ ପାଣିରେ ଛବି

ଅମାବାସ୍ୟା ରାତିରେ ଉଦୟ କରାଇପାରେ ରବି


କେତେ ହସ ଲୁହ କାଗଜେ ଉତାରି

ସାଇତିଛି କଳ୍ପନା ଓ ବାସ୍ତବ

ଶବ୍ଦରେ ଶବ୍ଦରେ କବିର ଦୁନିଆ

କଲମରୁ ଝରେ ହୃଦୟ ଭାବ ।


ଛୁଇଁଯାଏ ଯେବେ ଦୁଃଖକୁ ଶବଦ

ଭରିଦିଏ ନୟନେ ସେ ଲୋତକ

ସୁଖ ଶବ୍ଦ ଯେବେ ଝରାଏ କଲମ

ହୃଦୟେ ଭରଇ କେତେ ପୁଲକ ।


ପ୍ରେମ କାହାଣୀକୁ ଅମର କରଇ

କବି ପ୍ରାଣପ୍ରିୟା ଅଟେ ଲେଖନୀ

ବ୍ୟଙ୍ଗରେ ବ୍ୟଙ୍ଗରେ କରଇ ବିଦ୍ରୋହ

ସମାଜେ କବି ଓ କଲମ ବେନି ।


ଦିଗବଳୟ ପାରି ଦେଖଇ କବି

ତୃତୀୟ ଈଶ୍ବର ଆସନ ତେଣୁ

ହଜେଇ ନିଜକୁ ଶବ୍ଦ ଦୁନିଆରେ

ଧରିଥାଏ କଲମ ଖଡ୍ଗ ଓ ବେଣୁ ।।


....... ପଦ୍ମାଳୟା


Rate this content
Log in