Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Others Romance

3  

Dr Susmita Dash

Others Romance

ସୂର୍ଯ୍ୟମୁଖୀ ର ଅଭିମାନ

ସୂର୍ଯ୍ୟମୁଖୀ ର ଅଭିମାନ

1 min
7.0K


ଭୁଲିବାକୁ ଚାହେଁ ତୁମକୁ

ବେଳେବେଳେ,

ବେଦନା ହୃଦୟରେ ଧରି

ସତେ ଯେପରି ,

ଅସ୍ତିତ୍ଵ ହିଁ ନଥିଲା ଆମରି।

ପରାସ୍ତ ନାୟିକା ମୁଁ,

ବନ୍ଧା ତୁମ ଆସକ୍ତିର

ଶିକୁଳିରେ ,

ମୁକୁଳିବା ସେ ଯନ୍ତାରୁ

ମୋ ସାମର୍ଥ୍ୟ ବାହାରେ।

ତୁମେ ଚାଲିଗଲା ପରେ,

ସେ ଘନ ଅନ୍ଧକାରେ

ହୃତ ହୁଏ ମୋ ଲାବଣ୍ୟ ଓ ବାସନା,

ପ୍ରଭାତର ସୂକ୍ଷ୍ମ କିରଣରେ

ପାସୋରି ଯାଏ ପୂର୍ବ ଯାତନା

ଅଭିମାନୀ ପ୍ରିୟା ମୁଁ, 

ଚାହେଁ ତୁମ ସାହଚର୍ଯ୍ୟ ସଦା

ମହକାଇ ଦିଅନ୍ତି ଚତୁର୍ଦ୍ଦିଗ,

ଦୀପ୍ତିମନ୍ତ କରି ମୋ ଆଭାରେ

ଢଳି ଯାଆନ୍ତି ତୁମରି ରଙ୍ଗରେ।


Rate this content
Log in