କାଠସିନ୍ଦୁକର ବନ୍ଦୀ
କାଠସିନ୍ଦୁକର ବନ୍ଦୀ
ପ୍ରେମ ସିନ୍ଦୁକରେ ବନ୍ଦୀ ବନାଇ
କାଉଁରୀ କନ୍ୟା ଗୋ ଗଲ ଚାଲି
ପ୍ରୀତି ତିମିରରେ ଅନ୍ଧ ସାଜିଲି
ନିଜ ପ୍ରତିଛବି ଭୁଲି ଗଲି
ଖୋଲିଲ କୋଲପ ଆସିଲା ଆଲୋକ
ସିନ୍ଦୁକ ମଧ୍ୟରୁ ଥିଲି ଚାହିଁ
ଆଇନାରେ ମୁହଁ ଦେଖିବା ଆଗରୁ
ଦିଶିଗଲା ମତେ ଚାନ୍ଦମୁହିଁ
ସିନ୍ଦୁକ ନୁହେଁ ସେ ପ୍ରେମ କାରାଗାର
ସ୍ବେଚ୍ଛା ବନ୍ଦୀ ମୁଁ ଆଜି ଖୁସୀ
ତୁମ ପ୍ରେମ ସିନ୍ଧୁ ଚହଲା ଢେଉରେ
କାଠ ସିନ୍ଦୁକ ମୋ ଯାଏ ଭାସି