Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବଉକୁ ଆମ ଜର

ବଉକୁ ଆମ ଜର

1 min
7.0K


ପୂଣ୍ୟପ୍ରଭା ଦେବୀ


ବଉକୁ ଆମ ଜରରେ ଆଜି

ବଉକୁ ଆମ ଜର

ଛୁଟିରେ ଆଜି ରହିଲେ ବାପା

ସମାଳି ନେବେ ଘର l

ଡ଼ାକିଲେ କୁନା କୁଆଡ଼େ ଗଲୁ

କୁଆଡ଼େ ଗଲୁ କୁନି

ଖୋଜିଲେ ଯାଇଁ ଚାଆ ପତର

ଖୋଜିଲେ ଯାଇ ଚିନି l

ଗରମ୍ ଗରମ୍ ଫୁଟୁଚି ପାଣି

ବନେଇ ଦେବେ ଚାଆ

ପିଇବେ ବଉ ପିଇଲା ପରେ

କରିବେ କାମ ଯାହା l

ବଉକୁ ଆମ ଜରରେ ଆଜି

ବଉକୁ ଆମ ଜର

କି କାମ ବାପା କରିବେ ଖାଲି

ହୋଇଲେ ହରବର l

ଓଲଟିଗଲା ଗରମ ପାଣି

ପଡ଼ିଲା ତାଙ୍କ ଗୋଡ଼େ

ଫୋଟକା ହେଲା କରିଲେ ପାଟି

ଗୋଡ଼ଟା ଖାଲି ପୋଡ଼େ l

ଦଳିଲେ ଅଟା ପାଣିଆ ହେଲା

ନହେଲା ରୁଟି ଜମା

ପାଇଲେ ନାହିଁ ଇଉନିଫର୍ମ

ଆମର ପ୍ୟାଟ୍ ଜାମା l

ଟିଫିନ୍ ଡବା ନହେଲା ଠିକ୍

ନ ହେଳୁ ଆମେ ରେଡ଼ି

ହେଇତ ଆଉ ଟିକିଏ ପରେ

ଆସିବ ଆମ ଗାଡ଼ି l

ଏପଟେ ହୋଇ ସେପଟେ ଧାଇଁ

ବ୍ୟସ୍ତ ଆମ ବାପା

କୁନାକୁ ମାଡ଼ କୁନିକୁ ଗାଳି

ରାଗରେ ହୋଇ ଖପ୍ପା l

ଓହ୍ଳେଇଗଲା ବଉର ଜର

ବାପାଙ୍କ ଦଶା ଦେଖି

କହିଲା ହସି ଘରଟାଯାକ

କରିଚ ତମେ ଏ କି ?

ମିନିଟି ଦଶ ଭିତରେ ବଉ

କରିଲା ସବୁ ରେଡ଼ି

କୁନା ଓ କୁନି କରିଲେ ଟାଟା

ଚଢିଲାବେଳେ ଗାଡ଼ି l


Rate this content
Log in

Similar oriya poem from Classics