Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Tragedy

3  

Balabanta Sahu

Tragedy

ନ୍ୟାୟ ନିବେଦନ

ନ୍ୟାୟ ନିବେଦନ

1 min
13.8K


ମଣିଷର ସାଧ୍ୟ କାଇଁ ଯେ

ବୁଝି ପାରିବ ନାରୀ ଆଖିର ଉଷ୍ମ ଲୁହ !

ହେଲେ ଖୁବ୍ ସମ୍ବେଦନଶୀଳ ଏଇ ପ୍ରକୃତି

ଠିକ୍ ବୁଝି ପାରେ

ଆଉ ସେଇଥି ପାଇଁ ତ

ପ୍ରତିବାଦର ସ୍ୱରଟିଏ ବାରି ହୋଇ ପଡ଼େ

ତା'ର ପ୍ରତିଟି ଭାବଭଙ୍ଗୀରେ ।


ନୀଳ ଆକାଶରୁ ଉଠେ

ବୁକୁଫଟା କୋହ

ଗଦ୍ ଗଦ୍ ହୋଇ ଝରିପଡ଼େ

ଲୁହ ତ ନୁହଁ 

ହୃଦୟର ଧାର ଧାର ଶାଣିତ ।

ଯାହାକୁ ସଂଚି ପାରେନି ମାଟି

ତା'ର ପ୍ରଶସ୍ତ ଆଞ୍ଜୁଳାରେ ।


ଚଁଁ..ଚାଁ.. ଚିଆଁ..ଚିଆଁ..କରି 

କାନ୍ଦିଉଠନ୍ତି ଉପରେ 

ମୁକ୍ତାକାଶର ଆଜାଦ୍ ପକ୍ଷୀମାନେ

ଆଉ ତଳେ

କୁକୁଡ଼ା ଫାର୍ମର ଛୋଟ ବଡ଼ ମାଂସ ମାନେ ।


ହଠାତ୍ ଫୁଲିଉଠେ ନୀଳ ସମୁଦ୍ର

ଫଡ୍ ଫଡ୍ ହୋଇ ଡେଇଁ ପଡ଼ନ୍ତି ମାଛ ସବୁ

ନା ଭୟ ଥାଏ ଶିକାରୀର ଜାଲକୁ

ନା ଖାତିର ଥାଏ ଦୂର ଆକାଶର ଚିଲକୁ 

ସମସ୍ତେ ଏକ ସ୍ୱରରେ ମାଗନ୍ତି ବୋଧେ

ନ୍ୟାୟ...ନ୍ୟାୟ... ନ୍ୟାୟ... !


ମଣିଷ ସିନା ବୁଝିପାରେନି ନାରୀକୁ

ତା'ର ଇଜ୍ଜତକୁ 

ତା'ଆଖିର ଲୁହକୁ ।

ମଣିଷକୃତ ମେସିନ ସଫ୍ଟୱେର ଗୁଡ଼ା କିନ୍ତୁ ଭିନ୍ନ

ସେମାନେ ଖୁବ ସମ୍ବେଦନଶୀଳ 

ପ୍ରକୃତିର ଆଜ୍ଞାଧୀନ ଶିଷ୍ୟଟେ ପରି ।


ଟଂ.. ଟଂ..ଟିଂ.. ଟିଂ..ଶବ୍ଦ ସହ

ଅକ୍ଷରବିଡା ମେସେଜ ଗୁଡାକ

ଘୁରି ବୁଲୁଥାନ୍ତି ମୋବାଇଲ ରୁ ମୋବାଇଲ

ଲେପଟପ୍ ରୁ ଲେପଟପ୍ କୁ....

ଜଣକରୁ ଅନ୍ୟ ଜଣଙ୍କ ପାଖକୁ

ଚିହ୍ନା ଅଚିହ୍ନା ସଭିଙ୍କ ପାଖକୁ ।


ଟିଭି ସ୍କ୍ରିନରେ 

ବଡ଼ ବଡ଼ ଅକ୍ଷରରେ ହେଡଲାଇନ

ଦୁଃଖପୂର୍ଣ୍ଣ ଭାବଭାଙ୍ଗି ହେଲେବି ଉଚ୍ଚସ୍ୱରରେ

କୌଣସି ଗୋଟେ ନାରୀର ଇଜ୍ଜତଲୁଟା ଖବର

ଗୋଟେ ଲଜ୍ଜା ।

ପୁଣି ବାରମ୍ବାର ପ୍ରତିଫଳିତ ହେଉଥାଏ

ସେଇ ଝାପସା ଚେହେରା ଟି

ବୋଧେ ଗୋଟେ ନିବେଦନ ସହ ?

ନ୍ୟାୟ...ନ୍ୟାୟ... ନ୍ୟାୟ... ।


ନିରୀହ ଝିଅର ପୁଳାପୁଳା ମାଂସ

ଦେହର ଜାଗା ଅଜାଗାରେ ଦାଗ

ଆଖିର ଧାର ଧାର ଲୁହ

ମୃତ୍ୟୁ ପରେ ବି

ସେହି ଅମଣିଷ ମାନଙ୍କ

ଘଣ୍ଟା ଘଣ୍ଟାର ଭାଷଣ ଶୁଣି ,ଦେଖି

କେମିତି ବା ରହିପାରିଥାନ୍ତି 

ନ ଚଳାଇ ମୋ ଲେଖନୀକୁ ?

ସେଥିପାଇଁ ଏଇ କିଛି ଧାଡି 

ଲେଖିଛି ଗୋଟେ କାଳିବିହୀନ କଲମରେ ଭରି

ତା'ର ଧାର ଧାର ଲୁହ

ଧାର ଧାର ତାଜା ରକ୍ତ....

ଯା'ର ପ୍ରତିଟି ରକ୍ତ ବିନ୍ଦୁ ରଖିଥାଏ ଗୋଟେ ନିବେଦନ ।


ବୋଧେ ସେ 

ନ୍ୟାୟ...ନ୍ୟାୟ... ନ୍ୟାୟ... ।


ବଲବନ୍ତ ସାହୁ (Bab-L-U)

ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼

ମୋ- 9078105234


(ଆସିଫା,ଗୀତା ପରି ନାରୀକୁ ନ୍ୟାୟ ଦାବି ସକାଶେ ମୋ ଲେଖା..ଲେଖା ତ ନୁହଁ..ମୋ ଭାବନା ।)


Rate this content
Log in