Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational Others

5.0  

ବି. ନିରୁପମା

Inspirational Others

ସୁଭଦ୍ରା ଭଉଣୀ ସାଜି

ସୁଭଦ୍ରା ଭଉଣୀ ସାଜି

1 min
7.0K


ଭାଇ ମୋର-ତୁମ ଶୁଭ ମନାସୁଛି

ରାକ୍ଷୀ ପୁନେଇରେ ଆଜି,

ସୁରକ୍ଷା କବଚ ବାନ୍ଧି ଦେଉଅଛି

ସୁଭଦ୍ରା ଭଉଣୀ ସାଜି।

କରୁଅଛି ତୁମ ମଙ୍ଗଳ କାମନା

ବଳିଆର ଭୁଜ ତଳେ,

ତୁମରି ଆଡ଼କୁ ଚାହିଁ ରହିଥା'ନ୍ତୁ

ସଦା କରୁଣାର ଡୋଳେ।

ଭାଇ-ଭଉଣୀର ସମ୍ପର୍କକୁ ସିଏ

ରଖିଛନ୍ତି ଯେହ୍ନେ ଧରି,

ତୁମ-ମୋ ଭିତର ଭାବନାଟି ଆମ

ରହୁ ସଦା ସେହିପରି ।

ଚଲା ପଥ ତୁମ କୁସୁମିତ ହେଉ

ମୁଖୁ ଝରୁଥାଉ ହସ,

ସୁମଣିଷ ହୋଇ ସଂସାର ଭିତରେ

ରଖିଯାଅ ତୁମେ ଯଶ ।

ଦୂରେ ଥାଏ ଅବା ଥାଏ ମୁଁ ନିକଟେ

ହେ ମୋ ପ୍ରାଣ ପ୍ରିୟ ଭାଇ ,

ଦୁନିଆର ସବୁ ବିପଦ-ଆପଦୁ

ତୁମକୁ ରଖନ୍ତୁ ସାଇଁ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Inspirational