ମୃତ୍ୟୁର ଆଭାସ
ମୃତ୍ୟୁର ଆଭାସ
1 min
150
ହଁ ହଁ ମୁଁ ଦେଖିପାରୁଛି
ବିଶ୍ୱବ୍ୟାପ୍ତ ତୋର କରାଳ ଛାୟାରେ
ନିସ୍ତେଜ ପ୍ରତିଛବି ମୋର,
ଆଜି ତୁ ନିଷ୍ଠୁର ହୋଇ
ଗ୍ରାସିବାକୁ ବସିଛୁ ମୋତେ,
ଶକ୍ତି ଆଉ ନାହିଁ ମୋର
ପ୍ରତିରୋଧ କରିବାକୁ ତୋତେ ।
ଦଣ୍ଡେ ରହିଯାଅ ମୃତ୍ୟୁ
ଛିନ୍ନ କରିଦେବି ବଞ୍ଚିବାର ଆଶା,
ପୃଥିବୀର ସବୁଜିମା ଆଉ
ନାନା ପ୍ରାଣୀ ଜଗତ
କିପରି ବିଲୀନ ହେଉଛି ଆଜି ?
ତୋର ବିକଟାଳ ଗର୍ଭରେ
ଦେଖୁଛି ମୋ ଚର୍ମଚକ୍ଷୁରେ ।
ଟିକିଏ ରହିଯାଅ ମୃତ୍ୟୁ
ଥରେ ଆତ୍ମ ସମୀକ୍ଷା କରିବି,
କାହା ବଳେ କହୁଥିଲି ଦିନେ
ଗର୍ବ କରି ମୁଁ ମୁଁ ମୁଁ ,
ଦେଖି ତୋର ଭୈରବ ରୂପ
ଆଜି ନିର୍ବାକ ସାଜିଛି ମୁଁ ,
କେବଳ ଏତିକି କହିବି ତୁ ତୁ ତୁ ।