Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୩

ଜୀବନ ଗୀତା- ୧୩

1 min
6.8K


ଜୀବନ ଗୀତା- ୧୩ 
 
ଜୀବନ ତ ଚାଲେନାହିଁଁ ହିସାବ ସାଥିରେ
ଲାଭ କେତେ କ୍ଷତି କେତେ ଗଣିତ ଭିତରେ ॥୦॥
 
କେତେ ମିଛ କେତେ ସତ
କେତେ ପାପ କେତେ ପୂଣ୍ୟ
ଅରଜିଲା ଏ ଜୀବନ
ସିଏ ତ ବୁଝେନା ଜମା ଭଲ ଅବା ମନ୍ଦ
ଚାଲିଥାଏ ଏକା ଏକା ଅଫେରା ପଥରେ ॥୧॥
 
କେତେ ଲୁହ କେତେ ହସ
କେତେ ରସ କେତେ ବାସ
ଝରିଗଲା ଏଇ ଜୀବନେ
ସିଏ ତ ଦେଖେନା ଜମା ହସ ଅବା କାନ୍ଦ
ଫେରିଯାଏ ଖେଳସାରି ସମୟ ସ୍ରୋତରେ ॥୨॥


Rate this content
Log in