Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

2  

Prasanjit Sahoo

Inspirational

ଗାଆଁ ମୋ ବଦଳି ଯାଉଛି

ଗାଆଁ ମୋ ବଦଳି ଯାଉଛି

1 min
6.7K




ଗାଆଁରେ ଲାଗୁନି ଗାଆଁର ଆନନ୍ଦ 

ସହର ସହର ଲାଗୁଛି 

ଗାଆଁ ଧିରେ ଧିରେ ବଦଳି ଯାଉଛି 

ପ୍ରକୃତି ସୁଷମା ହଜିଛି ।।


ଗାଆଁରେ ଦିଶୁନି ତୋଟାମାଳ ଟିଏ 

ଖାଁ ଖାଁ ସବୁ ଲାଗୁଛି 

ବଣ ସଫା ହୋଇ କଂକ୍ରିଟ ହେଉଛି 

ପଶୁପକ୍ଷୀ କୂଳ ମରୁଛି ।।


ବସନ୍ତେ ଶୁଭୁନି କୋଇଲି କୁହୁଟେ

ପ୍ରକୃତିର ଶୋଭା କମୁଛି 

ଆମ୍ବ ଗଛ ଡାଳେ ବଉଳ ବାସୁନି 

ପ୍ରଦୂଷଣ ସୁଅ ଛୁଟିଛି ।।


ବତୀଟେ ଲାଗୁନି ଚଉରା ମୂଳରେ 

କ୍ଷେତଟା ପଡିଆ ପଡିଛି 

ମୋ ଗାଆଁ ଆଉ ଗାଆଁ ହେଇ ନାହିଁ 

ଆଧୁନିକତାରେ ହଜିଛି ।।


 *ପ୍ରସନଜିତ ସାହୁ, ନାଉଗାଁ ହାଟ, ଜଗତସିଂହପୁର*


Rate this content
Log in

Similar oriya poem from Inspirational