Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational Others

3  

SARATA KUMAR DAS

Inspirational Others

ଇଚ୍ଛା

ଇଚ୍ଛା

1 min
4.2K


ସୁଖ

ଚାହୁଁଥିବା ଲୋକଟି

ସତରେ କ'ଣ ସୁଖ ପାଏ ?

ମହମହ ବାସୁଥିବା

ଫୁଟିଲା ଫୁଲଟିଏ

ସତରେ କ'ଣ

ପୂଜାରେ ଲାଗେ ?

ଲୁହ ବିନ୍ଦୁ ସବୁ ଏକାଠି ହୋଇ

ସତରେ କ'ଣ

ସମୁଦ୍ର ପାଲଟିଯାଏ ?

ଇଚ୍ଛା କ'ଣ

ସତରେ ଏକ ଚିରସ୍ରୋତା

କଳକଳ ନଈଟିଏ

କୂଳ ଲଂଘନକରି

ଧାଉଁଥାଏ

ଅବିରତ ?

ମଣିଷର ଚକମକ୍

ସଫେଦ୍ ଚେହେରା ଭିତରେ

ସତରେ କ'ଣ

ପାପ ର ବସାଟିଏ

ଦୋହଲୁଥାଏ ?

ଦଲକାଏ

ଛଳନାର ପବନ

ସତରେ କ'ଣ

ପ୍ରେମର କଢିଟିକୁ

ବୃନ୍ତଚ୍ୟୁତ କରିପାରେ ?

ପାପର ସୌଦାଗର

ସତରେ କ'ଣ

ପୁଣ୍ୟର ପଥ

ଅବରୋଧ କରିପାରେ ?

ସବୁ ଇଚ୍ଛାଗୁଡାକ

ସତରେ କ'ଣ

ଘୋଡା ହୋଇପାରେ ?

ସବୁ କଳା ମଚମଚ

ରାତିଗୁଜିକ

ସତରେ କ'ଣ

ଜୌସ୍ନାରେ ଭିଜିପାରେ ?

ଏମିତି ହୁଅନ୍ତା ନି

ନର୍କ ସ୍ଵର୍ଗ ହୋଇଯାଆନ୍ତା

ବିଷ ଅମୃତ ହୁଅନ୍ତା

ଅବିଶ୍ଵାସ ବିଶ୍ଵାସରେ

ବଦଳିଯାଆନ୍ତା

ମଣିଷମାନେ

ଈଶ୍ଵର ପାଲଟିଯାଆନ୍ତେ

ଦାନବମାନେ

ମଣିଷରେ ବଦଳିଯାଆନ୍ତେ ।


ଶରତ କୁମାର ଦାସ


Rate this content
Log in

Similar oriya poem from Inspirational