Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ବହି

ବହି

1 min
362


ସାଗର ଯେପରି ତା'ବିଶାଳ ଗର୍ଭେ

ସାଇତି ରଖିଛି ଧନ

ବହି ସେହିଭଳି ତା'ଗର୍ଭ ଗୃହରେ

ସାଇତି ରଖିଛି ଜ୍ଞାନ ।

ବହିରୁ ମିଳଇ ଯେଉଁ ସବୁ ଜ୍ଞାନ

ଆଉ କେଉଁ ଥିରେ ନାହିଁ

ବହିଟି ପଢିଲେ ଜ୍ଞାନ ଟି ଆସଇ

ଅଜ୍ଞାନ ଯାଏ ଦୂରେଇ ।

ପୁରାଣ ଠାରୁ ଇତିହାସ ଯାଏ

ବହିରୁ ପାରିବା ପାଇ

ବହି ପରି ବନ୍ଧୁ ଏ ଧରା ପୃଷ୍ଠରେ

ଆଉ କେହି ହେଲେ ନାହିଁ ।

ବହିଟି ସହିତ ମିତ ବସ ବନ୍ଧୁ

ବହି ଦିଅ ଉପହାର

ତା' ଜ୍ଞାନ ଗର୍ଭରୁ ଜ୍ଞାନକୁ ସାଉଁଟି

ଅଜ୍ଞାନ କୁ ଦୂର କର ।


ମମତା ମଞ୍ଜରୀ ଦାସ,ନୂଆପଡା, ବାଲିସାହି,କଟକ


Rate this content
Log in