Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Romance

1.0  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ପ୍ରେମ ବନ୍ଦି

ପ୍ରେମ ବନ୍ଦି

1 min
13.8K


ଯେମିତି ସେଦିନ ଗହନ ଅନ୍ତରେ

ଏମିତି ଅବ୍ୟକ୍ତ କଥା

ଲୁଚିଯାଏ ଅନ୍ଧାରରେ ଛାତି ତଳେ

କ୍ଷତାକ୍ତ ପ୍ରେମର ଗାଥା ।

ନୀରବ ନିଶିରେ ଦପଦପ୍ ଜଳୁଥିବା

ମନର ଅକୁହା ନିଆଁ

ନିବିଡ ଆଲିଙ୍ଗନରେ କର ପ୍ରଶ୍ନ

ଛାତିରୁ ବାହାରେ ଧୁଆଁ ।

ଠିକ୍ ସେତିକି ବେଳେ ଶୀତେଇ ଉଠେ

ଦେହର ଅଙ୍ଗ ପ୍ରତଙ୍ଗ

ଖୋଜୁଥାଏ ନାଲି ଲାଜୁକି ଓଠକୁ

କରିଦିଏ ପ୍ରେମ ରଙ୍ଗ ।

କଥାରେ କଥାରେ ଅନାବିଳ ପ୍ରେମ

ଏକାକୀ ଝୁରି ମରିବା

ରାତି ସାରା ଅନିଦ୍ରା ମିନିଟେ ପାଇଁ

ଏୟା ତ ଭଲ ପାଇବା ?

ଠିକ୍ ଜହ୍ନ ପରି ହସୁଥିଲା ରାତି

ମୁକ୍ତ ସେ ଆଲିଙ୍ଗନରେ

ଖୋଲା ମେଲା ନୀଳିମା ଆକାଶ ତଳେ

ତମେ ମୋ ବାହୁ ବନ୍ଧନରେ ।

ଅଲିଭା ସ୍ଵପ୍ନର ଅଭିସନ୍ଧି ଦାଗେ

ଦୁଇଗୋଡ ଛନ୍ଦାଛନ୍ଦି

ଅପହଞ୍ଚ ନାଭିର ଚିତ୍ରପଟରେ

ଲେଖିଦିଏ ପ୍ରେମ ବନ୍ଦି ।

ଦଶରଥ ହେମ୍ବ୍ରମ୍

ଭାର ପ୍ରାପ୍ତ ଅଧିକାରୀ, ବେଲଘର ଥାନା, କନ୍ଧମାଳ ।।


Rate this content
Log in

Similar oriya poem from Romance