Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Comedy Others

3  

Sarat Jal

Comedy Others

ଦିସିି ଇଜି ମାୟାରେ ବାୟା

ଦିସିି ଇଜି ମାୟାରେ ବାୟା

1 min
7.0K


ସିନେମା,ପାର୍କ,ବଜାରବୁଲା

ଘରେ ପଛେ ଜଳୁ ନଥାଉ ଚୁଲା

ଜିନ୍ ପ୍ୟାଣ୍ଟ ପିନ୍ଧି ଫୁଟାଣି କୁହା

ଦିସି ଇଜି ପରା ମାୟାରେ ବାୟା ॥

ରଙ୍ଗିଲା ରାଧିକା ରଜନୀଗନ୍ଧା

ତା'ପ୍ରେମଗନ୍ଧରେ ଦୁନିଆ ବନ୍ଧା

ହାଏରେ କଲା ସେ ଭାରି କିମିଆ

ଦିସି ଇଜି ପରା ମାୟାରେ ବାୟା ॥


ଯୋଗି,ଋଷି,ମୁନି ହେଲେ ଛାନିଆ

ବିଧାତା ଗଢିଛି ବରକନିଆ

ଏଇ ଫଗୁଣରେ ହୋଇବେ ବାହା

ଦିସି ଇଜି ପରା ମାୟାରେ ବାୟା ॥


ନେଟ୍ ରେ ମଗେଇ କିଣନ୍ତି ଆପ୍

ଜାଲ ବିଛେଇଚି ହ୍ୱାଟସାପ୍

ଫେସବୁକ୍ ବିସ୍ତାର କରିଛି କାୟା

ଦିସି୍ ଇଜି୍ ପରା ମାୟାରେ ବାୟା ॥


ବିନା ରୋଜଗାରେ ଫେସନ କାଡି

ଅନ୍ଧାର ଘରେ ଯେ ବୁଲାଏ ବାଡି

ସଂଜ ସକାଳେ ସେ ଖୋଜଇ ପ୍ରିୟା

ଦିସି୍ ଇଜି୍ ପରା ମାୟାରେ ବାୟା ॥


ଚାହା,ସିଗେରଟ୍,ତମାଖୁ,ପାନ

ଭାବିବନି ଏଇ ନିଶାଟା ସାନ

ନବୁଝି ଯେ କହେ ମଦଟା ଖାୟା

ଦିସି୍ ଇଜି୍ ପରା ମାୟାରେ ବାୟା ॥


ଲାଞ୍ଚ କାରବାର ରୁପିରେ ମନ

ସବୁ କଥାରେ ଯେ ଖୋଜଇ ଧନ

କାଠୁଆ ହୃଦୟ ନଥାଏ ଦୟା

ଦିସି୍ ଇଜି୍ ପରା ମାୟାରେ ବାୟା ॥


ପରୀକ୍ଷାରେ ବସି କରେ ଯେ କପି

କ୍ଷୀର ବଦଳରେ ପିଇଲେ କଫି

ଅଳପ ବୟସେ ଖୋଜେ ଯେ ଜାୟା

ଦିସି ଇଜି୍ ପରା ମାୟାରେ ବାୟା ॥


ଶରତ ଚନ୍ଦ୍ରଵଜାଲି

ତା:୫/୭/୧୮


Rate this content
Log in