Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ରକତରେ ନୁହେଁ, ଶାନ୍ତିରେ ସେ କଥା

ରକତରେ ନୁହେଁ, ଶାନ୍ତିରେ ସେ କଥା

1 min
6.8K


ରକତରେ ନୁହେଁ, ଶାନ୍ତିରେ ସେ କଥା

 

ପର୍ଶୁରାମ ବିଶ୍ୱାଳ

 

ପଥର ଦେଉଳେ ପଥର ହେଲୁ କି ଆରେ ମୋ ନନ୍ଦକୁମର

ଏଇ ସନ୍ତରାସବାଦୀ ପାଇଁ ଆଜି ହୁଏ ବିଶ୍ୱ ଥରହର

କେମିତି ବୁଝେଇପାରୁନୁ ତୁ ତାଙ୍କୁ

ବଦଳିବେ କି ପ୍ରକାର ?

 

ରକତର ହୋରି ଖେଳୁଚିରେ ଆଜି ନାହିଁ ବାଡ଼ବତା କିଛି

ସାରା ଦୁନିଆର କୋଣ-ଅନୁକୋଣେ ସଭିଏଁ କହନ୍ତି ଛି’ଛି’

ତେବେ ବି ତାଙ୍କର ହଣାକଟା କାମ

ନାଆଁ ନାହିଁ ଥମିବାର ।

 

ପୁଅକୁ ହରେଇ କାନ୍ଦେ ବାପାମାଆ, ସ୍ୱାମୀକି ହରେଇ ପତ୍ନୀ

ତାଙ୍କରି ପାଇଁକି ବହୁଚି ସଂସାରେ ଲୁହର ସେ ନିର୍ଝରିଣୀ

ଭାବୁନାହାନ୍ତି ସେ ତାଙ୍କର ବି ଅଛି

ବାପାମାଆ ପରିବାର ।

 

ବୁଝେଇ କହିଦେ’ କାଳିଆ ସେ ମୁଖ୍ୟ ସ୍ରୋତରେ ଯାଆନ୍ତୁ ମିଶି

ଜନ ଅଧିକାର ବଳେ ତାଙ୍କ ଦୁଃଖ ଦାବିଟି କରନ୍ତୁ ବସି

ରକତରେ ନୁହଁ, ଶାନ୍ତିରେ ସେକଥା

ସମାଧାନ ଶ୍ରେୟସ୍କର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in