Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୮

ଜୀବନ ଗୀତା- ୮

1 min
13.7K


ଜୀବନ ଗୀତା- ୮
 
 
ଦୁଃଖ ଜୀବନର ଚିରଦିନ ସାଥୀ
ସୁଖ ଅଦିନ ଅତିଥି
ଦେଖାଦେଇ ପୁଣି ଚାଲିଯାଏ ଛାଡି
ଦୁଃଖ ପାଖେଥାଏ ନିତି ॥୦॥
 
ଦୁଃଖ ମୋର ହେଲେ ପଉଷ ପତର ଲୁହ
ସୁଖ ଅଟେ ମୋର ଫଗୁଣ ଫୁଲର ମୋହ
ଟୋପା ଟୋପା ଲୁହ ଧୋଇଦିଏ ଯେତେ କୋହ
ମୁଠା ମୁଠା ମୋହ ଭରିଦିଏ ଦେହେ ଦାହ
ଦୁଃଖ ହାତ ଧରି ଚାଲିଥିଲା ବେଳେ
ସୁଖ ଧରିଥାଏ ବତି ॥୧॥
 
ସୁଖ ସାଜେ କେବେ ମାୟାର ଘନ କୁହୁଡି
ଦୁଃଖ କିଂତୁ ଜୀବନେ ପ୍ରିୟ ଅଂଧ ଲଉଡି
ଧୂଆଁ ଧୂଆଁ କୁହୁଡିରେ ଦିଶେନାହିଁ ପଥ
ନୂଆ ନୂଆ ସଂକଟରେ ଦୁଃଖ ଟାଣେ ରଥ
ଜୀବନ ରଥର ସାରଥି ମୋ ଦୁଃଖ
ସୁଖ ଛିଟ ପ୍ରଜାପତି ॥୨॥


Rate this content
Log in