Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratibha Priyadarshini

Others

5.0  

Pratibha Priyadarshini

Others

ଖୋଜୁଛି

ଖୋଜୁଛି

1 min
6.7K


ସ୍ୱପ୍ନର ନୂଆ ଦୁନିଆରେ ହଜେ

ବସତି ଯୋଗ୍ୟ ବାସଟିଏ ଖୋଜେ ।

ଇଚ୍ଛାକୁ ଗୋଡ଼ାଇ ସାରିଛି ଜୀବନ

ଖୋଜି ବୁଲୁଅଛି ଏବେ ନିକାଞ୍ଚନ ।

ଶୁଣି ପରକଥା ସରିଲା ଆୟୁଷ

ଏବେ କା'କଥାକୁ ରହେନାହିଁ ହୋସ ।

ଚତୁର୍ଦିଗେ ପଣ୍ୟ ଆଜି ଭାବପ୍ରବଣତା

ନପାରେ ତା' ଦେଖି, ମୁଦେ ଆଖିପତା ।

ଆଉ ଇଚ୍ଛା ସମ୍ପାତିବା ଆଗ୍ରହ ବଳକା ନାହିଁ

ତେଣୁ,ଶବ୍ଦରେ ଶବ୍ଦରେ ବ୍ରହ୍ମାଣ୍ଡ ଗଢୁଛି ମୁହିଁ ।


©ପ୍ରତିଭା ପ୍ରିୟଦର୍ଶିନୀ


Rate this content
Log in