Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ହତାଶା ବୋଧର କ୍ଷଣ ଆତ୍ମୀୟତା

ହତାଶା ବୋଧର କ୍ଷଣ ଆତ୍ମୀୟତା

1 min
268


ହତାଶା ବୋଧର କ୍ଷଣ ଆତ୍ମୀୟତା

ହତାଶାରେ ଦେଖେ ଜଗତ ମିଥ୍ୟା

ପ୍ରାପ୍ତିର ଆନନ୍ଦ ଅଟେଯେ ଅଦ୍ଭୁତ

ଭରିଦିଏ କେତେ ସୁଖ ଉଷ୍ମତା ।


କହିଲେକି କିଏ ଉଲ୍ଲସିତ ହୁଏ

ତୁମକୁ ମିଳୁଛି ଯାହା ଯେତିକି

ସମ୍ଭବକି ତାହା ଜଗତ ଜାଣିଛି

ବାକ୍ୟବୀର କିଏ କେତେ କେମିତି


ଯେତେ କହିଛନ୍ତି ଦର୍ଶନର ଗାଥା

ସର୍ବେ ସଫଳ ହୋଇ ପରିବୃତା

ଅସଫଳ ହୋଇ ଦର୍ଶନ କହିଲେ

ଜନେକି ରଖନ୍ତି ଦର୍ଶନ ବାର୍ତ୍ତା।


ଦର୍ଶନର ଭାଷା ଖ୍ୟାତି ପାଇଁ ସିନା

ଜଗତେ ଜଳ୍ପନା ବାସ୍ତବ ନୁହେଁ

ଜନ୍ମ ମୃତ୍ୟୁ ପରି ବିକାଶ ବିଲୟ

ସବୁ ସତ୍ତାରେ ବସି ରହି ଥାଏ ।


ଦୁଃଖ ସୁଖ ଏକ ମାନସିକ ସ୍ଥିତି

ଚିରନ୍ତନ ନୁହେଁ ଏହାହିଁ ସତ୍ୟ

ଦୁଖରେ ଯେ ସୁଖ ସୁଖରେ ଯେ ଦୁଖ

ଜ୍ଞାନୀଜନ ବାକ୍ୟ ଅଟେ ଦୁଷ୍ପ୍ରାପ୍ୟ


ଆନନ୍ଦକୁ ଦେଇ ଆନନ୍ଦେ ରହିଲେ

ଆନନ୍ଦ ହୋଇବ ଯେ ସର୍ବସାର

ଆନନ୍ଦ ଆସିଲେ ବାକି ସବୁ ବୃଥା

ହୃଦାନନ୍ଦ ସବୁ ଦର୍ଶନୁ ପାର ।


ହତାଶା ବୋଧର କ୍ଷଣ ଆତ୍ମୀୟତା

ହତାଶାରେ ଦେଖେ ଜଗତ ମିଥ୍ୟା

ନିଜସ୍ୱ ପ୍ରକୃତି ଆଚରଣେ ଶ୍ରେଷ୍ଠ

ହତାଶେ କି ହୁତା-ଶନ ଆୟତ୍ତ


ପ୍ରଶାନ୍ତ କୁମାର ହୋତା


Rate this content
Log in