ଜୀବନ ଗୀତା- ୩୪
ଜୀବନ ଗୀତା- ୩୪
1 min
6.5K
ଜୀବନ ଗୀତା
ଏ ମନ ଜୀବନ ଏମିତି କୁହୁକ
ତାକୁ ବୁଝିହୁଏ ନାହିଁ
ଶିଶିର ଟୋପାରେ ଭିଜିଯାଏ କେବେ
ବରଷାରେ ଭିଜେନାହିଁ
ଜୋଛନାରେ ଦେହ ଜଳିଯାଏ କେବେ
ବୈଶାଖରେ ଜଳେନାହିଁ ॥୦॥
ଉଡିଉଡି ଯାଏ କିଏ ଖୋଜି ପ୍ରେମର ଅମରାବତୀ
ଗଡିଗଡି ମରିଯାଏ ପୁଣି ଡେଣାହରା ପ୍ରଜାପତି
ମରଣ ବରଣ କରେ ପ୍ରେମ ପାଇଁ
ଜୀବନରେ ହାରେନାହିଁ ॥୧॥
ଫିକିଫିକି ହସୁଥାଏ କେବେ ଆଖିରୁ ଝରାଇ ଲୁହ
ଚିକିମିକି ଆଖି ଦିଶେ ସିନା ଅନ୍ତରେ ଲୁଚାଏ କୋହ
ସିନ୍ଦୂରଗାରରେ ଭରେ କପାଳକୁ
ହେଲେ ପ୍ରେମ ପାଏ ନାହିଁ ll୨ll